୨୧ ସେପ୍ଟେମ୍ବର, ଶୁକ୍ରବାର

Published By : Prameya-News7 Bureau | September 21, 2018 IST

ମେଶ – ଅନ୍ୟ କଥାରେ ପରିଚାଳିତ ହୋଇପାରନ୍ତି । ସେବା ମନୋଭାବ ଜାଗ୍ରତ ହୋଇପାରେ । ସେବା ମନୋଭାବ ଜାଗ୍ରତ ହୋଇପାରେ । ବ୍ରତ ଦାନରେ ଦୀକ୍ଷିତ ହେବେ । ବୃଷ – ସୁଖକର ଘଟଣା ଘଟି ଚାଲିଥିବା ବେଳେ ମଝିରେ ଗ୍ଳାନି ଦେଖା ଦେଇ ପାରେ । ସ୍ୱାଭିମାନୀ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ମିଥୁନ - ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇବେ । ଶାନ୍ତ ଓ ଧୈର୍ଯ୍ୟବାନ ହେବେ । କର୍କଟ- ବ୍ୟବସାୟରେ ଢେର ଉନ୍ନତି ଘଟିପାରେ । କେତେକ କ୍ଷେତ୍ରରେ ଅତ୍ମ ଗର୍ବ ଦେଖାଇ ପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସିଂହ – ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭ ହୋଇପାରେ । କନ୍ୟା – ଉଦାର ସ୍ୱଭାବର ହେବେ । ସୁଖୀ ହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମ ବ୍ୟକ୍ତି ଭାବେ ସମାଜିକ କ୍ଷେତ୍ରରେ ପରିଗଣିତ ହେବେ । ତୁଳା – ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ଥଣ୍ଡା କଫରେ ପୀଡିତ ହେବାର ସୂଚନା ମିଳୁଛି । ବିଛା – ବିରକ୍ତିକର ପରିସ୍ଥିତି ଉପୁଜି ପାରେ । ସ୍ୱାଧୀନମନା ହୋଇ ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ । ଧନୁ – ଚାପ ପ୍ରୟୋଗ କରି କାର୍ଯ୍ୟ ହାତକୁ ଆଣିବାକୁ ପଡିବ । ବଳବାନ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପରନ୍ତି । ଉତ୍ତମ ଭୋଜନ ମିଳିବ । ମକର – ଯେତେ ବିଶୃଙ୍ଖଳା ଉପୁଜିଲେ ବି ସବୁ ବାଧା ବିଘ୍ନକୁ ଏଡାଇ କାର୍ଯ୍ୟରେ ଆଗକୁ ବଢିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । କୁମ୍ଭ - ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଲୋକପ୍ରିୟତା ବୃଦ୍ଧି ହେବ । ସୁସ୍ଥ ଓ ନିରାମୟ ରହିବେ । ମୀନ - ଶତ୍ରୁ ଉପରେ ବିଜୟ ହାସଲ କରି ମାନସିକ ଶାନ୍ତି ଫେରି ପାଇବେ । ପରିବାରର ମୁଖ୍ୟ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.