ଅଗଷ୍ଟ ୧୯ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 19, 2020 IST

ମେଷ – କର୍ମକ୍ଷେତ୍ରରେ ମଧ୍ୟ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ବୃଷ – ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବାକୁ ସମ୍ଭାବନା ରହିଛି । ଶୁକ୍ରଙ୍କ ତୃତୀୟସ୍ଥ ରବିଙ୍କ ସମ୍ଭାବନା ରହିଛି । ଶୁକ୍ରଙ୍କ ତୃତୀୟସ୍ଥ ରବିଙ୍କ ଯୋଗୁ ସରକାରୀ ହାନି ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

ମିଥୁନ – ଆଜି ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ତାହା ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ଏକ ଭିନ୍ନ ପରିସ୍ଥିତିରେ ଜଣେ ଜଣାଶୁଣା ବ୍ୟକ୍ତିଙ୍କ ସାହାର୍ଯ୍ୟ ଲାଭରୁ ଉପକୃତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କର୍କଟ – ଅଧିକାଂଶ ସମୟ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ସିଂହ – ଗୃହରେ ଉନ୍ନତ ଚିନ୍ତା ମାନସିକ ସ୍ଥିରତା ପ୍ରଦାନରେ ସହାୟକ ହେବ । ଗୁରୁଜନଙ୍କ ସାନ୍ତ୍ୱନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କନ୍ୟା – ଦୃଷ୍ଟି କୋଣର ଭିନ୍ନତା ଓ ଅସଂଗତ ବିଚାରଧାରା କାରଣରୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ । କଠିନ ପରିଶ୍ରମ ଜନିତ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ତୁଳା – ଆଜିର ଯାତ୍ରାରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ଘଟିବାର ସମ୍ଭାବନା ରହିଛି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ବିଛା – ପରିସ୍ଥିତିକୁ ଆଖି ଆଗରେ ରଖି ମନ ବୁଝିଲା ଭଳି କଥା କହିପାରିଲେ ସହଜରେ କାମ ହାସଲ କରିପାରିବେ । ସାହାର୍ଯ୍ୟ ଲାଭ କରି ଆଜି ଅସପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍କ କରିବାର ଆଶା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ଧନୁ – କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡିବ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ମକର – ଦିନର ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । ପାରିବାରିକ ପରିସ୍ଥିତି ପୁର୍ବପରି ରହିବ, ୍‌ାହା କି କାମ ପାଇଁ ମନୋବଳ ସୃଷ୍ଟି କରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କୁମ୍ଭ – କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅନ୍ୟ ମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ମୀନ – ଅର୍ଥଲାଭ ସଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ସ୍ୱାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ମଧ୍ୟ ଭଲ ରହିବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.