ଅଗଷ୍ଟ ୧୩ ତାରିଖ, ଗୁରୁବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 13, 2020 IST

ମେଷ – ସାମାଜିକ କାର୍ଯ୍ୟରେ ନିୟୋଜିତହୋଇପାରନ୍ତି । ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ବୃଷ – ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟରେ ପ୍ରଚୁର ଧନ ଲାଭହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ରଣକୌଶଳଉନ୍ନତମାନରହେବ । ମିଷ୍ଟାନ ଭୋଜନ ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

ମିଥୁନ – ନିଜ କାର୍ଯ୍ୟ ପାଇଁ ସମ୍ମାନିତ ହେବେ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି । ଚକ୍ଷୁରେ ପୀଡାଉପୁଜି ପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କର୍କଟ – ଧର୍ମଭାବନାରୁ ଶାନ୍ତି ମିଳିବ । ଆଦର ଅଭ୍ୟର୍ଥନା ମିଳିପାରେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଗୃହସୁଖ ଓ ଯାନବାହନ ସୁଖମିଳିବ । । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ସିଂହ – କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ ୍ନରହିବ । ଆସ୍ତିକସ୍ୱଭାବର ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି । । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କନ୍ୟା – କଳହ ଠାରୁ ଦୂରେଇ ରହିବାକୁ ପଡିବ । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ପରିଚୟସୃଷ୍ଟ ିକରିବେ । । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ତୁଳା – ମାନସିକ ପ୍ରତିକ୍ରିୟା ବୃଦ୍ଧି ହୋଇପାରେ । ନିଜକୁ ଅସହାୟମନେ କରିପାରନ୍ତି । ତଥାପି ହଠାତ୍ କିଛି ଧନ ଲାଭ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ବିଛା – ସୁଯୋଗ ହାତଛଡା କରିବେ ନାହିଁ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶରୀର ସୁସ୍ଥ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ଧନୁ – ମିତ୍ରଙ୍କସାନ୍ନିଧ୍ୟ ପାଇ ଗର୍ବିତ ହେବେ । ବ୍ୟବସାୟ ଲାଭ ଜନକ ହେବ । ସମାଜସେବା ପ୍ରତି ମନ ବଳାଇ ପାରନ୍ତି । ମନରେ ଅହଂଭାବ ଆସିପାରେ । । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ମକର – ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

କୁମ୍ଭ – ଆକସ୍ମିକ ଧନ ପ୍ରାପ୍ତିର ସୁଯୋଗ ଅଛି । ସେବା ମନୋ ଭାବଗ୍ରହନ କରିକାର୍ଯ୍ୟ କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଧର୍ମାତ୍ମା, ପ୍ରବାସପ୍ରିିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ । । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ମୀନ – ପରିଶ୍ରମର ମୂଲ୍ୟ ମିଳିବ । କୁଳଦୀପକ ହୋଇପାରନ୍ତି । ଚିତ୍ତ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭ ଜନକହେବ । ଯଶସ୍ୱୀହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁୃଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.