Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଗଷ୍ଟ ୦୫ ତାରିଖ, ବୁଧବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

5/08/2020 at 7:10 AM

ମେଷ – ତର୍କରେ ପାରଦର୍ଶିତା ଲାଭ କରିବେ । ଉଦ୍ୟୋଗୀ ହେବା ସହ ସେବା-ପୂଜାରେ ନିୟୋଜିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ବୃଷ – ଜଟିଳ ସମସ୍ୟାର ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ଧନ ପ୍ରାପ୍ତିର ସୂଚନା ମିଳୁଛି । ସ୍ୱାଭିମାନୀ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ମିଥୁନ – ବନ୍ଧୁ ମିଳନ କଟିବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କର୍କଟ – କଠିନ ସମୟ, ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡିବ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ସିଂହ – କର୍ମ ଚଞ୍ଚଳ ରହିବେ । କନ୍ୟା ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୁଯୋଗ ଅଛି । ବିଭିନ୍ନ ଦିଗରୁ ଅର୍ଥ ଆସିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କନ୍ୟା – ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । କୃଷିକର୍ମକାରୀ ହେବେ । ବୁଦ୍ଧିମାନ୍ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ତୁଳା – ଉଚ୍ଚ ଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ଓ ସାହସୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ବିଛା – ଆର୍ଶିବାଦ ମିଳିବ । ଭାଗ୍ୟଶାଳୀ ହେବେ । ଆଶାବାଦୀ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ଉଦାର ବିଦ୍ୟା ପ୍ରେମୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ଧନୁ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହୋଇପାରେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମକର – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସୁଖ,ସମ୍ମାନ ଲାଭ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

କୁମ୍ଭ – ପ୍ରତ୍ୟେକ କାର୍ଯ୍ୟ ଫଳଦାୟକ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମ ଚଞ୍ଚଳ ରହିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ମୀନ – କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କ଼ୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

   Related Posts