ଅଗଷ୍ଟ ୦୨ ତାରିଖ, ରବିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 02, 2020 IST

ମେଷ – ଗୁରୁକ୍ଷେତ୍ରସ୍ଥ ମଙ୍ଗଳ ଓ ରାଶି ଗୁରୁଦୃଷ୍ଟି ଯୋଗୁଁ ସ୍ୱାସ୍ଥ୍ୟରେ ଉନ୍ନତି, ନୂତନ କର୍ମାରମ୍ଭରେ କାର୍ଯ୍ୟ ସିଦ୍ଧି ହେବ । କାମକୁ ପୁରାଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

ବୃଷ – ଶନି ଦୃଷ୍ଟିରେ ରବି ପାରିବାରିକ ଅଶାନ୍ତି, ଯାନବାହନରେ ସମସ୍ୟା ଓ ଆକସ୍ମିକ କଳହର କାରଣ ହୋଇପାରେ । ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମିଥୁନ – ବୁଧ ଯୁକ୍ତ ଶୁକ୍ର ହେତୁ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାମକଲେ ଉପକୃତ ହୋଇପାରନ୍ତି । ସାମାଜିକ ସ୍ତରରେ ତଥା କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କର୍କଟ – ମୂଳା ନକ୍ଷତ୍ରସ୍ଥ ଚନ୍ଦ୍ର ଷଷ୍ଠଭାବରେ ସ୍ୱାସ୍ଥ୍ୟହାନି, ଅଶାନ୍ତି ଓ କାମରେ ବିରୋଧାଭାସ ସୃଷ୍ଟି କରିବ । ଅଫିସ୍ ରେ ବାକି ରହିଥିବା କାମକୁ ଶେଷ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ସିଂହ – ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମନକୁ ବିବ୍ରତ କରିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

କନ୍ୟା – କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ମଙ୍ଗଳ ଧନସ୍ଥାନକୁ ଦେଖୁଥିବାରୁ ଅର୍ଥ ସମ୍ପର୍କ ବିବାଦ ଲାଗିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ତୁଳା – ପାପଯୁକ୍ତ ବୁଧ ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ବିଛା – ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଇଚ୍ଛା ନ ଥିଲେ ହେଁ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ଧନୁ – ଶନିଙ୍କ ଶୁଭ ପ୍ରଭାବରୁ ବନ୍ଧୁମାନଙ୍କ ସାହାର୍ଯ୍ୟରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ବ୍ୟବସାୟିକ ସ୍ତରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

ମକର – ବାଧକାଧିପ ମଙ୍ଗଳଜନିତ କର୍ମକ୍ଷତ୍ରରେ ବିବାଦୀୟ ସ୍ଥିତି ସୃଷ୍ଟି ହେବ । ବନ୍ଧୁ ସମ୍ପର୍କହାନି କାରଣରୁ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

କୁମ୍ଭ – ପୂର୍ବାଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍ ହୋଇଯିବ । ଦ୍ୱାଦଶସ୍ଥ ରାଶ୍ୟାଧିପତି କାରଣରୁ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମୀନ – ଚତୁର୍ଥସ୍ଥ ପାପଗ୍ରହ ଯୋଗୁଁ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗି ରହିବ । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.