ଅଗଷ୍ଟ ୦୧ ତାରିଖ, ଶନିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 01, 2020 IST

ମେଷ – ଆଜି ସମ୍ପର୍କୀୟ ଭାଇ, ଚନ୍ଧୁ, ପାଖ ପଡୋଶୀ କିମ୍ବା ସହକର୍ମୀ ସହ ସମ୍ପର୍କ ଭଲ ରହିବ ନାହିଁ । ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ବୃଷ – ଆଜିର ଯାତ୍ରା, ବାଣଜ୍ୟ, ବ୍ୟବସାୟ ଓ ନୂତନ କର୍ମାରମ୍ଭ ଲାଭ ରହିବ । ଆଲୋଚନା କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ମିଥୁନ – ପରିବାରରେ ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ । ବିଶେଷ କଷ୍ଟ ସ୍ୱୀକାର କରିବା ପରେ କାମଟି ବିଳମ୍ବରେ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ର୍କକଟ – କର୍ମକ୍ଷେତ୍ରରେ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । ଅଫିସ୍‌ରେ ପରିସ୍ଥିତିକୁ ଜଟିଳ ମନେ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ସିଂହ – ପରିସ୍ଥିତିବଶତଃ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରିପାରନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ କାମ ହାସଲ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।

କନ୍ୟା – ପ୍ରତିକୂଳ ପରିସ୍ଥିିତି ଯୋଗୁଁ କର୍ମକ୍ଷେତ୍ରରେ କାମଗୁଡିକ ଠିକ୍ ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ତୁଳା – ଦ୍ୱନ୍ଦ୍ୱରେ ପଡି କୌଣସି ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ । କଚେରି ମାମଲାରେ ଶୁଣାଣି ବିଳମ୍ବରେ ଘଟିବାରେ ସମ୍ଭାବନା ରହିଛି । କାର୍ଯ୍ୟବ୍ୟସ୍ତ ଯୋଗୁ ଅବସର ପାଇବେ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ବିଛା – ସବୁ ଥାଇ ମଧ୍ୟ ନ ଥିଲା ଭଳି ପରିସ୍ଥିତି ଅନୁଭବ କରିପାରନ୍ତି । ସମସ୍ତଙ୍କୁ ସରଳଭାବରେ ଗ୍ରହଣ କରିବା ଅସୁବିଧାରେ କାରଣ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ଧନୁ – କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ । ଖଳ ଲୋକମାନଙ୍କ ଦ୍ୱାରା ପ୍ରୟୋଜିତ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମକର – ଆନୁଷ୍ଠାନିକ ସାହାର୍ଯ୍ୟ ଲାଭ କରି ସ୍ଥଗିତ କାମଟିକୁ ତ୍ୱରାନ୍ୱିତ କରିପାରନ୍ତି । ପରିବାରରେ ଭ୍ରାତୃପ୍ରୀତି ମିଳିପାରେ, ଯାହା କି ସହଯୋଗ ରୂପେ ପ୍ରାପ୍ତ ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କୁମ୍ଭ – ମନ କଥା ମନ ଭିତରେ ରଖି ବନ୍ଧୁଙ୍କ ସହ ମିଶିପାରିଲେ ସୁଯୋଗ ଆପଣା ଛାଏଁ ଆସିବ । କର୍ମକ୍ଷେତ୍ରରୁ ଯାହା ଓ ଯେତିକି ପାଇବା ନିଶ୍ଚିତ ପାଇ ପାରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ମୀନ – ଆଜି ହାତକୁ ନେଇଥିବା କାର୍ଯ୍ୟ ଅବଶ୍ୟ ସୁବିଧାରେ ହୋଇଯିବ । ମାଙ୍ଗଳିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ସହି ନ ପାରି ଶତ୍ରୁତା କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.