Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଜୁଲାଇ ୩୦ ତାରିଖ, ଗୁରୁବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

30/07/2020 at 6:57 AM

ମେଷ – ବ୍ୟୟଭାବରେ ରାଶ୍ୟାଧିପ ରହିଥିବାରୁ ସ୍ୱେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ । ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌-ବେଗ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବୃଷ – କେତୁଯୁକ୍ତ ବୃହସ୍ପତି କାରଣରୁ କୌଣସି ନୂତନ ଯୋଜନା କାର୍ଯ୍ୟକାରୀ ନ ହୋଇପାରେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ମତାନ୍ତର ମଧ୍ୟରେ କାମ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମିଥୁନ – ଶତ୍ରୁ ଦୃଷ୍ଟିରେ ରବି ରହିଥିବାରୁ ପଦସ୍ଥବ୍ୟକ୍ତିଙ୍କ ସହ ମତପାର୍ଥକ୍ୟଜନିତ କଳହର ଆଶଙ୍କା ରହିଛି । ମୃଗଶିରା ନକ୍ଷତ୍ର ଅବଶ୍ୟ ବନ୍ଧୁଙ୍କ ସାହାର୍ଯ୍ୟରୁ କୌଣସି ନୂତନ ଯୋଜନା ଆରମ୍ଭ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ର୍କକଟ – ବଳହୀନ ଚନ୍ଦ୍ର ଦୈହିକ ଦୁର୍ବଳତା ସୃଷ୍ଟି କରିବ ଏବଂ ଅନ୍ୟମାନଙ୍କ ସହ ସୁସମ୍ପରେ ବାଧା ଆଣିବ । ତଥାପି ସମସ୍ୟା ଭିତରେ ମଧ୍ୟ ପରିବାର ଭିତରେ କାମ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ସିଂହ – ମଙ୍ଗଳ ଅଷ୍ଟମସ୍ଥ ଯୋଗୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ କୌଣସି ସମସ୍ୟା ସୃଷ୍ଟି କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

କନ୍ୟା – ଧନସ୍ଥାନ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ଅର୍ଥ କିମ୍ବା ଜମିଜମା ସମ୍ପର୍କକୁ କେନ୍ଦ୍ର କରି ସମସ୍ୟା ସୃଷ୍ଟି କରିବ । କିନ୍ତୁ ଅନ୍ୟ ସବୁ କାମ ଶୃଙ୍ଖଳିତ ରହିବାରେ ବନ୍ଧୁଙ୍କ ସାହାର୍ଯ୍ୟ ଅବିସ୍ମରଣୀୟ ରହିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

ତୁଳା – ଅଭାବ ନ ଥିଲେ ମଧ୍ୟ ସମସ୍ୟା ଲାଗିରହୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ତଥାପି ପାଉ ନ ଥିବା ଜିନିଷଟି ଆକସ୍ମିକ ଭାବରେ ପାଇ ମନ ଏକବାର ଖୁସୀ ହୋଇଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ବିଛା – ଶନିଙ୍କ ପ୍ରଭାବରେ ଦୃଢ ଇଚ୍ଛା ଶକ୍ତି ଆପଣଙ୍କୁ ଲକ୍ଷ୍ୟ ହାସଲ କରିବାରେ ସାହାର୍ଯ୍ୟ କରିବ । ଗମନାଗମନରେ ପ୍ରତିବନ୍ଧକଜନିତ ପରିବହନ ସମସ୍ୟାବହୁଳ ରହିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ଧନୁ – ସ୍ୱରାଶିରେ ଚତୁର୍ଥାଧିପ ଯୋଗୁଁ ନୂତନ ସ୍ଥାନ ପରିଦର୍ଶନ ଓ ବନ୍ଧୁମାନଙ୍କ ସହ ଭ୍ରମଣର ସୁଯୋଗ ପାଇପାରନ୍ତି । ଆଧ୍ୟାତ୍ମିକ ପରିବେଶରେ ସତ୍ ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ କଟିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ମକର – ଶନି ଦୃଷ୍ଟିରେ ମଙ୍ଗଳ ପାରିବାରିକ ସ୍ତରରେ ବିବାଦୀୟ ସ୍ଥିତି ଉତ୍ପନ୍ନ କରିବ । ତେଣୁ ସବୁ କଥାରେ ଟିକିଏ ପଛକୁ ରହି କାମ କରିବା ଭଲ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

କୁମ୍ଭ – ସପ୍ତମ ସ୍ଥିତିରେ ଶୁକ୍ର ଓ ଚନ୍ଦ୍ର ରହିଥିବାରୁ ଆଜି ଆପଣ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଖୁସୀ ହେବେ । କିନ୍ତୁ କେତେକ କ୍ଷେତ୍ରରେ ବାକ୍ ଅସଂଯମତାଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ମୀନ – ମଙ୍ଗଳ ରାଶିରେ ମାନସିକ ସ୍ଥିତିକୁ ଉତ୍ତେଜନାପ୍ରବଣ କରାଇପାରେ । କଥା କଥାକେ ତର୍କବିତର୍କଲାଗି ରହିଲେ ମଧ୍ୟ ଆର୍ଥିକ ଦିଗରୁ ବହୁଳାଂଶରେ ଉପକୃତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

   Related Posts