୨୨ ନଭେମ୍ବର, ଗୁରୁବାର

Published By : Prameya-News7 Bureau | November 22, 2018 IST

ମେଷ – ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ । ବୃଷ – କାର୍ଯ୍ୟ ସହଜ ସୁଲଭ ହେବ । କୁଳ ଉଦ୍ଧାରକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଯଶସ୍ୱୀ ହେବେ । ପରିବାର ପ୍ରତି ସ୍ନେହ ଭାବ ରହିବ । ମିଥୁନ - କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି । ଭ୍ରମଣରୁ ସୁଫଳ ମିଳିବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସ-ବ୍ୟସନରେ କଟାଇ ପାରନ୍ତି । କର୍କଟ- ପାରିବାରିକ ଅଶାନ୍ତି ଦେଖାଦେଇ ପାରେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡିବ । ସିଂହ – ଅନ୍ୟମନସ୍କ ହେଲେ କ୍ଷତିଗ୍ରସ୍ତ ହେବେ । ମିତ୍ର ଲାଭର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ । କନ୍ୟା – ଅଭାବ ଦୂର ହେବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । କେବଳ ସାମାନ୍ୟ ଚକ୍ଷୁପୀଡା ଅନୁଭବ କରିବେ । ତୁଳା – କାର୍ଯ୍ୟ କରିବାକୁ ହେଲେ ପୂର୍ବରୁ ପରାମର୍ଶ ଗ୍ରହଣ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବିଛା – କଳହ ଠାରୁ ଦୂରେଇ ରହିବାକୁ ପଡିବ । ଉଦାର ପ୍ରକୃତିର ହେବେ । ଦାମ ଧର୍ମକୁ ଆପଣେଇ ନେବେ । ସୁଖ ଭୋଗୀ ହେବେ । ଧନୁ – କାର୍ଯ୍ୟ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା କଫରେ ସାମାନ୍ୟ ପୀଡା ଅନୁଭବ କରିବେ । ମକର – ଧନଲାଭର ସୁଯୋଗ ଅଛି । ସ୍ୱାଧୀନ କିଛି ନ କରି ଅନ୍ୟର ସହାୟତା ନେଇ ପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ମିତ୍ର ସୁଖ ମିଳିବ । କୁମ୍ଭ - ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ସାମାନ୍ୟ ଅଧିକ ହେବ । ବନ୍ଧୁ ଓ ସରକାରୀ ସହାୟତା ମିଳିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ମୀନ - ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ଚେଷ୍ଟିତ ହେବେ । ନେତ୍ର ପୀଡା ଉପୁଜି ପାରେ । ମଧୁରଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.