ଜୁଲାଇ ୨୮ ତାରିଖ, ମଙ୍ଗଳବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 28, 2020 IST

ମେଷ – ଆଜି ଚନ୍ଦ୍ରଙ୍କ ସପ୍ତମ କେନ୍ଦ୍ରବବସ୍ଥାନ କାରଣରୁ ସବୁ କାମ ସୁରୁଖୁରୁରେ ହୋଇଯିବ । ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ବୃଷ – ସପ୍ତମାଧିପତି ଶନି ଦୃଷ୍ଟିରେ ଥିବାରୁ ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ । ଅପ୍ରିୟ ସତ୍ୟ ଭାବଷଣରୁ ନିବୃତ୍ତ ରହିବା ଭଲ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମିଥୁନ – ରାହୁ ଓ ବୁଧ ନିଜ ରାଶିରେ ରହିଥିବାରୁ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଉଚ୍ଛନ୍ନ ରହିବ । ଗୁରୁଜନଙ୍କ ସ୍ୱାସ୍ଥ୍ୟହାନି ବଢାଇ ପାରେ । ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ର୍କକଟ – ଶନିଦୃଷ୍ଟି କର୍ମାଧିପ ଯୋଗୁଁ କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସହକର୍ମୀ କାମଟି କରିଦେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ସିଂହ – ସ୍ୱଗୃହୀ ଶୁକ୍ର ପ୍ରଭାବରୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ତାହା ବନ୍ଧୁକୁ ସୁହାଇବ ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

କନ୍ୟା – ଚନ୍ଦ୍ରଙ୍କ ପ୍ରଭାବରୁ ଦୀର୍ଘ ଦିନରୁ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ଅନଟନ ଲାଗି ରହିବା କାରଣରୁ ସାମୟିକ ମାନସିକ ଅସ୍ଥିରତା ଦେଖା ଦେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ତୁଳା – କର୍ମାଧିପ ରାଶିରେ ଅବସ୍ଥାନ କରୁଥିବାରୁ ଆଜି ଅଫିସ୍ କାମରେ ବେଶି ସମୟ କଟାଇବେ । ଘର ପାଇଁ ମୂଲ୍ୟବନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବିଛା – ତୃତୀୟାଧିପ ସ୍ୱଗୃହୀ ଯୋଗୁଁ ଆଜି ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟ ପାଇଟ ହୋଇଯିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ଧନୁ – ଶନି ଦୃଷ୍ଟିରେ ମଙ୍ଗଳ ଯୋଗୁ ପାରିବାରିକ ସ୍ତରରେ ଟେନ୍ ସନ୍ କିଛି ମାତ୍ରାରେ ବଢିଯିବ । କର୍ମକ୍ଷତ୍ରରେ ମନର ବଳ ଖୁବ୍ ଟାଣ ରଖି କାର୍ଯ୍ୟ ସାଧନ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମକର – ଶୁକ୍ର ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତି । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କୁମ୍ଭ – ଗୁରୁକ୍ଷେତ୍ରସ୍ଥ ମଙ୍ଗଳ ହେତୁ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ପରିବେଶକୁ ଲାଘବ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ମୀନ – କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ । କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.