ଜୁଲାଇ ୨୭ ତାରିଖ, ସୋମବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 27, 2020 IST

ମେଷ – ସୋମବାର ଚନ୍ଦ୍ର ରାଶ୍ୟାଧିପଙ୍କ ଦୃଷ୍ଟିରେ ରହିଥିବାରୁ ମନସ୍ଥ କାର୍ଯ୍ୟଟି ହାସଲ ପାଇଁ ଚେଷ୍ଟିତ ହେବେ । ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିଡି ପଡିଲେ ଅପଦସ୍ଥ ହେବାକୁ ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ବୃଷ – ଶତ୍ରୁଦୃଷ୍ଟିରେ ରବି ରହିଥିବାରୁ କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା ଟେନ୍ସନର କାରଣ ହେବ । ସ୍ୱତନ୍ତ୍ର ନିମନ୍ତ୍ରିତ ହୋଇ କୌଣସି ଆନୁଷ୍ଠାନିକ କ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ମିଥୁନ – ପାପଦୃଷ୍ଟି ତୃତୀୟାଧିପତି ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସମାନ୍ୟ ଚିକ୍ତତା ସୃଷ୍ଟି ହୋଇପାରେ । ଭୁଲ୍ ବୁଝାମଣା କାରଣରୁ ସାଧାରଣ କଥାରେ ବନ୍ଧୁ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ର୍କଟ – ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ଆଶା ଅପୂରଣ, ବ୍ୟବସାୟ, ବାଣିଜ୍ୟ, କଳା, ସାହିତ୍ୟରେ ସମ୍ମାନ ମିଳିବ । ଭୁଲ୍ ବୁଝାମଣା ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ସିଂହ – ଧନାଧିପ କର୍ମସ୍ଥ ଯୋଗୁ ରାହୁ ପ୍ରଭାବରୁ ଆର୍ଥିକ ସମସ୍ୟାକୁ ସୁଧାରି ନେବେ । ସକାଳୁ କୌଣସି ଶୂଭାକାଂକ୍ଷୀଙ୍କ ସାନ୍ନିଧ୍ୟ ଲାଭ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

କନ୍ୟା – ଚନ୍ଦ୍ରଙ୍କ ସୁପ୍ରଭାବରୁ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ସାହାର୍ଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ତୁଳା – କର୍ମସ୍ଥ ଲାଭାଧିପ ହେତୁ ଉଦ୍ଦେଶ୍ୟ ସାଧିତ ହେବ ଏବଂ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଅବସର ସମୟରେ ପିଲାଙ୍କ ସହ ମଉଜ ଜୁଟିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ବିଛା – ଅନୁକୂଳ ଗ୍ରହସ୍ଥିତିରୁ ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

ଧନୁ – ପାରିବାରିକ କ୍ଷେତ୍ରରେ ପଛକଥା ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ । କର୍ମ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହା କି ମାନସିକ ସ୍ଥିତିକୁ ବିଗାଡି ଦେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମକର – ପ୍ରତିବନ୍ଧକ ମଧ୍ୟରେ ପ୍ରତ୍ୟେକ କାମ ସମ୍ପନ୍ନ କରିବେ । ପାରିବାରିକ କ୍ଷେତ୍ରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

କୁମ୍ଭ – ଷଷ୍ଠସ୍ଥ ରବି ହେତୁ ଆଜିର ପ୍ରତ୍ୟେଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ କିନ୍ତୁ ସାଧାରଣ ସମସ୍ୟା ମଧ୍ୟ ରହିବ । କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ମୀନ – ପାପଗ୍ରହ ପ୍ରଭାବରୁ କର୍ମକ୍ଷେତ୍ରରେ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସହ-ଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.