ଜୁଲାଇ ୨୨ ତାରିଖ, ବୁଧବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 22, 2020 IST

ମେଷ – ଉତ୍ତମ ଗୁଣଯୁକ୍ତ ନୀତିନିଷ୍ଠ ଓ ବିନୀତ ସ୍ୱଭାବର ହେବେ । ଭେଦ ନୀତି ଗ୍ରହଣ କରିପାରନ୍ତି । ଚତୁର ଓ ଧନଯୁକ୍ତ ହେବେ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ବୃଷ – କାର୍ଯ୍ୟରେ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସରକାରୀ ସ୍ତରରୁ ଲାଭବାନ୍ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମିଥୁନ – ଶାନ୍ତ, ନିପୁଣ ଓ ମେଧାବୀ ହେବେ । ବିଦ୍ୱାନ୍‌, ଜିତେନ୍ଦ୍ରିୟ ଓ ଦୟାଳୁ ସ୍ୱଭାବର ହୋଇପାରନ୍ତି, ମାତ୍ର ଧନହୀନ ହେବା ଆଶା କରାଯାଏ । କାର୍ଯ୍ୟ ପ୍ରତି ଅନାଗ୍ରହୀ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ର୍କକଟ – ସୁକର୍ମା ହେବେ । ଗୁପ୍ତଧନ ପାଇପାରନ୍ତି । ଚିନ୍ତାଧାରା ଉତ୍ତମମାନର ହେବ । ସାତ୍ତ୍ୱିକ ଭୋଜନ ମିଳିବ । ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ସିଂହ – ବିପଦ ଦୁର ହେବ, ମାତ୍ର କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

କନ୍ୟା – ସ୍ୱାଧୀନ ଭାବରେ କାର୍ଯ୍ୟ ସମ୍ପାଦନ କରିବାରେ ସକ୍ଷମ ହେବେ । ସର୍ବଦା ସମୃଦ୍ଧ ରହିବେ । ନିଧିପ୍ରାପ୍ତ ହୋଇପାରନ୍ତି । ସୁହୃଦଙ୍କ ସମର୍ଥନ ପାଇ ପ୍ରଫୁଲ୍ଲିତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ତୁଳା – ସୁଖ-ସମ୍ମାନ ଲାଭ କରିବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ବିଛା – ବିନୟୀ ହେବେ । ଶ୍ରେଷ୍ଠତ୍ୱର ପରିଚୟ ଦେବେ । ସନ୍‌-ମାର୍ଗୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ଧନୁ – ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସାଧନାରେ ସିଦ୍ଧି ଲାଭ କରିବେ । ଶତ୍ରୁଘାତୀ ହୋଇପାରନ୍ତି । ସତ୍ୟବାଦୀ ହେବେ । ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ମକର – ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କୁମ୍ଭ – ଆପଣଙ୍କ ଇଚ୍ଛା ଓ ବରାଦରେ କାର୍ଯ୍ୟ ହେବ । ଭ୍ରମଣ ଯୋଗ ଅଛି । ଅଜାତ ଶତ୍ରୁ ହେବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ମୀନ – କାର୍ଯ୍ୟରେ ଆଗ୍ରହୀ ହେବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଆଶ୍ୱସ୍ତ ହେବେ । ବିତ୍ତବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.