ଜୁଲାଇ ୧୪ ତାରିଖ, ମଙ୍ଗଳବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 14, 2020 IST

ମେଷ – ଯାତ୍ରା ପଥ ବ୍ୟୟବହୁଳ ହୋଇପାରେ । ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କର୍ମଚଞ୍ଚଳ ରହିବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ବୃଷ – ଯୋଗା ଯୋଗରେ ସଫଳତା ମିଳିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ମିଥୁନ - ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ହେବେ । ଧନପ୍ରିୟ ହୋଇପାରନ୍ତି । କୁଳ ଉଜ୍ଜଳକାରୀ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

କର୍କଟ – ପରିବାର ଓ ଜନସାଧାରଣଙ୍କର ଠାରୁ ସ୍ନେହ, ସହାନୁଭୂତି ମିଳିବ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ସିଂହ – ସୁଯୋଗ ପାଇ ଆଗକୁ ମାଡି ଚାଲିଲା ବେଳେ ଦୁର୍ଯୋଗର ସମ୍ମୁଖୀନ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।

କନ୍ୟା – କାର୍ଯ୍ୟରେ ସଫଳତା ମିଳିବ । ଯାତ୍ରା ଶୁଭପ୍ରଦ ହେବ । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ତୁଳା – ଯାହା ଇଚ୍ଛା କରୁଥିବେ, ତାହା ମିଳିପାରେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଭାଇମାନଙ୍କ ଉପରେ ଶ୍ରଦ୍ଧା ଭାବ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ବିଛା – ଯୋଗା-ଯୋଗ ଫଳଦାୟକ ହେବ । ମନୋବଳ ଦୃଢ ରହିବ । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଜନ ସଂପର୍କ ବୃଦ୍ଧି ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ଧନୁ – ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଉଦାର ସ୍ୱଭାବ ସମ୍ପନ୍ନ ହେବେ । ଦାନଶୀଳ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ମକର –ମନ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

କୁମ୍ଭ - କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟକ୍ତିତ୍ୱ ବିକାଶ ଘଟିବ । ମଧୁରଭାଷୀ ହେବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।

ମୀନ - ଯାତ୍ରାପଥ କୁସୁମିତ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.