ଜୁଲାଇ ୧୨ ତାରିଖ, ରବିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 12, 2020 IST

ମେଷ – ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ନିରୋଳାରେ ରହିବାକୁ ପସନ୍ଦ କରିବେ । ବିବାଦୀୟ ବିତର୍କରେ ଭାଗ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ବୃଷ – କାର୍ଯ୍ୟ ହାସଲ କରିବାକୁ ହେଲେ କଷ୍ଟ ସହିବାକୁ ପଡିବ । ଶୁଭ ଖବର ପଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ମିଥୁନ – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମିଳିଥିବା ଖବର ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । କାର୍ଯ୍ୟର ସଫଳ ରୂପାୟନ କରି ପୁରସ୍କୃତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

କର୍କଟ – ଜଟିଳ ସମସ୍ୟାର ସୁସମାଧାନ କରିପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଉଦ୍ୟମ ଚଳାଇ ଅଧିକ କ୍ଷମତା ହାସଲ କରିବେ ଓ ତା ର ସଦ୍‌-ବ୍ୟବହାର କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ସିଂହ – କର୍ମକ୍ଷେତ୍ରରେ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁ ନାହିଁ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯାନ ଚଳାଚଳରେ ସତର୍କ ହେବେ ।  ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

କନ୍ୟା – କାର୍ଯ୍ୟରେ ସ୍ଥିରତା ଦେଖା ଦେବ । ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବେ ।  ଶୁଭ ରଙ୍ଗ ନରଙ୍ଗୀ । ଶୁଭ ଅଙ୍କ ୫ ।

ତୁଳା – କାର୍ଯ୍ୟରେ ସଫଳତା ମିଳିବ । ପଡୋଶୀ ସାହାର୍ଯ୍ୟକାରୀ ହେବେ । ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ବିଛା – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବିଭାଗୀୟ ବିଷୟବସ୍ତୁ ଉପରେ ଅଧ୍ୟୟନରତ ହେବେ । ବିଭିନ୍ନ ସୂତ୍ରରୁ ଆବଶ୍ୟକ ପଡୁଥିବା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯।

ଧନୁ – ହାତରେ କ୍ଷମଥାର ଡୋରି ଥିବାରୁ ସଫଳତା ନିଶ୍ଚିତ ମିଳିବ ଓ ବିଦ୍ରୋହ ପଦାନତ ହେବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ମକର – ଯାହା ମନରେ ଭାବୁଛନ୍ତି, ତାହା ଫଳପ୍ରସୂ ହେବ । ଉଚ୍ଚ ଆଶା ଫଳବତୀ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩।

କୁମ୍ଭ  – ଭଗବାନଙ୍କ କରୁଣାର ପାତ୍ର ହେବେ । ଆଶାବାଦୀ ହୋଇପାରନ୍ତି । ଆକସ୍ମିକ ସମସ୍ୟା ଦେଖା ଦେଇ ପାରେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ମୀନ – ସୁଖ-ସମ୍ମାନ ଲାଭ କରିପାରନ୍ତି । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.