Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଜୁଲାଇ ୧୧ ତାରିଖ, ଶନିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

11/07/2020 at 6:55 AM

ମେଷ – କାର୍ଯ୍ୟ ହାସଲ କରିବାକୁ ହେଲେ ଶକ୍ତି ପ୍ରୟୋଗ କରିବାକୁ ପଡିବ । ଯଶସ୍ୱୀ ହେବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ମେରନ୍ । ଶୁଭ ଅଙ୍କ ୫ ।

ବୃଷ – କାର୍ଯ୍ୟରେ ସଫଳତା ମିଳିବ । ଦ୍ୱାଦଶାଧିପ ରବି ଓ ବୁଧଙ୍କୁ ଦେଖୁଥିବାରୁ ବୟସ୍କ ବ୍ୟକ୍ତିଙ୍କ ସକାଶେ ଖର୍ଚ୍ଚାନ୍ତ ହେବେ। ବନ୍ଧୁ ପରାମର୍ଶରେ କାର୍ଯ୍ୟରେ ରୁଚି ବଢିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମିଥୁନ – ଶୁକ୍ରଙ୍କ ପ୍ରଭାବରୁ ବିଳାସବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ । ନୂତନ ପ୍ରକଳ୍ପକାର୍ଯ୍ୟ, ଆନୁଷ୍ଠାନିକ କାମ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭ ଫଳ ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କର୍କଟ – ଅଷ୍ଟମଚନ୍ଦ୍ର ଯୋଗୁ ଅନ୍ୟମାନଙ୍କ କଥାରେ ପଡି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । କିଛି ମୂଲ୍ୟବାନ ଜିନିଷ କିଣିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ସିଂହ – ଗ୍ରହସ୍ଥିତିର ସୁଫଳ ସ୍ୱରୂପ ଆଜିର ଯାତ୍ରାରେ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ କରିବେ । ପାରିବାରିକ ସମସ୍ୟାର ସମାଧାନ କରିବା ଦିଗରେ ଜଣେ ବନ୍ଧୁଙ୍କ ସାହାର୍ଯ୍ୟ କାମକୁ ଆସିବ ।  ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

କନ୍ୟା – ବନ୍ଧୁଙ୍କ ପରାମର୍ଶରେ ଋଣ ସୂତ୍ରରେ ଅର୍ଥ ପାଇବା ସକାଶେ ଯୋଜନା କରିପାରନ୍ତି । ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ବଢିପାରେ ।  ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ତୁଳା – ପରୋକ୍ଷ ଶତ୍ରୁତାଜନିତ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସମାନା କରିବାକୁ ପଡିପାରେ । ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ବିଛା – ଶନିକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମନ ଅସ୍ଥିର ରହିବ ଏବଂ କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ଯୋଗ ରହିଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ଧନୁ – ସରକାରୀ କାମରେ ସହ-ଯୋଗ କରି ପଦସ୍ଥବ୍ୟକ୍ତିଙ୍କ ସୁନଜରରେ ଆସିପାରନ୍ତି । ପାଖ ପଡୋଶୀ କିମ୍ବା  ସହକର୍ମୀଙ୍କ ଆଭ୍ୟନ୍ତରିଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।

ମକର – କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ । ସଜାଗ ରହି କାମ କରନ୍ତୁ, କାରଣ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କୁମ୍ଭ  – କର୍ମ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ମୀନ – କାର୍ଯ୍ୟ ସିଦ୍ଧି ଯୋଗୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ । ଭୁଲ୍ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୬ ।

   Related Posts