ଜୁଲାଇ ୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 09, 2020 IST

ମେଷ – ବଳବାନ୍ କର୍ମାଧିପତିଙ୍କ ସହ ଚର୍ତୁର୍ଥାଧିପ ହେତୁ ଆଜି ହଠାତ୍ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ ହୋଇଯିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ବୃଷ – ଭାଗ୍ୟାଧିପତିଙ୍କ ଶୁଭତ୍ୱ କାରଣରୁ ଯେ କୌଣସି ପ୍ରକାରର ପରିସ୍ଥିତି ମଧ୍ୟରେ ଆପଣ ପଛକୁ ଫେରିବେ ନାହିଁ । ବିଜୟର ଜଳଯାତ୍ରା କର୍ମକ୍ଷେତ୍ରକୁ ରୁଦ୍ଧିମନ୍ତ କରିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ମିଥୁନ – ଆଜିର ଚନ୍ଦ୍ର ଦୁଃସ୍ଥାନରେ ରହିଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ମାନସିକ ଦୁଶ୍ଚିନ୍ତା ବୃଦ୍ଧି କରିବ । କୌଣସି କାମ ସହଜ କିମ୍ବା ସୁବିଧାରେ ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

କର୍କଟ – ଆଜିର ଗ୍ରହସ୍ଥିତି ଆପଣଙ୍କୁ ନୂତନ କର୍ମାରମ୍ବ ପାଇଁ ପ୍ରେରଣା ପ୍ରଦାନ କରିବ । ଦୀର୍ଘଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ସିଂହ – ବିପରୀତ ରଜଯୋଗ ପ୍ରଭାବରୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ସାମାନ୍ୟ ଶୁଭ ଫଳ ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କନ୍ୟା – ପାପଗ୍ରହ ମଧ୍ୟସ୍ଥ ଧନାଧିପ ଯୋଗୁ ଅସାବଧାନତା କାରଣରୁ ଧନ ହାନିର ସମ୍ଭାବନା ରହିଛି । ସ୍ଥଗିତ କାମ ଗୁଡିକ ଆଜି ପରିସ୍ଥିତିବଶତଃ ଓଲଟା ହେବାରୁ ଚିନ୍ତା ପ୍ରକଟ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ତୁଳା – ଶନି ଦୃଷ୍ଟ ମଙ୍ଗଳ ଅର୍ଥ ସମ୍ବନ୍ଧିତ ସମସ୍ୟା କିମ୍ବା କଳହର କାରଣ ହୋଇପାରେ । ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ବିଛା – କେନ୍ଦ୍ରସ୍ଥ ମଙ୍ଗଳ ପ୍ରଭାବରେ ସ୍ଥଗିତ କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ଧନୁ – କେତୁ ଗ୍ରହ ଯୁକ୍ତ ବୃହସ୍ପତି ହେତୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରସ୍ଥ ମନ୍ଥର କରିବ । ପୁର୍ବାଷାଢା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ମକର – ସ୍ୱରାଶିସ୍ଥ ଶନି ପ୍ରଭାବରୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କେତେକ କ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

କୁମ୍ଭ – ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ମୀନ – ଶୁକ୍ର ପ୍ରଭାବରେ ଯେ କୌଣସି କାର୍ଯ୍ୟାରମ୍ଭ ପାଇଁ ପ୍ରତିକୂଳ ସ୍ଥିତି ଉପୁଜିବ । ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.