୨୦ ନଭେମ୍ବର, ମଙ୍ଗଳବାର

Published By : Prameya-News7 Bureau | November 20, 2018 IST

ମେଷ – ପରିବାରର ଯଥାର୍ଥ ଦାୟିତ୍ୱବାନ ହୋଇପାରନ୍ତି । ମନରେ ପ୍ରସନ୍ନତାଭାବ ଦେଖା ଦେବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବୃଷ – ସୁଯୋଗର ଉପଯୋଗ କରି କୃତକାର୍ଯ୍ୟ ହେବେ । ଭାଗ୍ୟବାନ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ ହେବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ମିଥୁନ - କର୍ମକ୍ଷେତ୍ରରେ ମନ ଦ୍ୱିଧାଗ୍ରସ୍ତ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କୌଣସି କାରଣରୁ ମନରେ ଈର୍ଷାଜାତ ହୋଇପାରେ । କର୍କଟ- ନୂତନ ଯୋଜନା ଫଳବତୀ ହେବ । ସମ୍ବର୍ଦ୍ଧିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । କେବଳ ଜୀବନ ଯାପନ କରିବେ । ସିଂହ – ବଦଖର୍ଚ୍ଚରୁ ବିରତ ହେଲେ ଆର୍ଥିକ ସ୍ଥିତି ଅକ୍ଷୁଣ୍ଣ ରହିବ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । କନ୍ୟା – ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ତତ୍ପର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ତୁଳା – ମାନ-ଅଭିମାନ ଉପୁଜି ପାରେ । ଉଦାର ପ୍ରକୃତି ଯୋଗୁଁ ଆଦରଣୀୟ ହେବେ । ଦାନ-ଧର୍ମର ଦୀକ୍ଷା ଗ୍ରହଣ କରିପାରନ୍ତି । ସୁଖୀ ହେବେ । ବିଛା – ଅଭାବ,ଅନଟନ ଦୂର ହେବ । ସୁଖ ସନ୍ତୋଷରେ ଦିନଟି ବିତିବ । ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରକୃତିର ହେବେ । କଥାର ସାବଲୀଳତାରେ ପରକୁ ଆପଣାର କରିବେ । ଧନୁ – ତରବର ନ ହୋଇ ଅପେକ୍ଷାରତ ହେଲେ ସୁଫଳ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ମକର – ଠିକଣା ସ୍ଥାନରେ ନିଜର ଦାବି ଉପସ୍ଥାପନ କରିବାର ସୁଯୋଗ ଜୁଟିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ଋଣକ୍ଷେତ୍ରରେ ପାରଙ୍ଗମ ହେବେ । କୁମ୍ଭ - ଚଞ୍ଚଳ ସ୍ୱଭାବର ହେବେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଭାଷା ବିନିମୟ ପ୍ରୀତିଯୁକ୍ତ ହେବେ । ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି । ମୀନ - ମନପ୍ରସନ୍ନ ରହିବ । କାର୍ଯ୍େୟ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.