Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁଲାଇ ୬ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

6/07/2020 at 6:55 AM

ମେଷ – ସତ୍‌-ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ଲାଭ କରି ଏହାର ସଦ୍‌-ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବୃଷ – ଆଳସ୍ୟ ପରାୟଣ ହୋଇପାରନ୍ତି । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସମ୍ମାନିତ ହେବେ । ଶିଳ୍ପ କ୍ଷେତ୍ରରେ ଥିବା ଅଭିଜ୍ଞତା ପ୍ରତିପାଦନ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ମିଥୁନ – ସୁଖକର ଘଟଣାମାନ ଘଟିବ । ସୁଖ ସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

କର୍କଟ – ଶତ୍ରୁ ଦମନରେ ସଫଳ ହେବେ । ମାନସିକ ଶାନ୍ତି ମିିଳିବ । ସୁ ସମ୍ବାଦ ପାଇ ଖୁସି ହେବେ । ଶୁଭ କାର୍ଯ୍ୟ କରିପାରନ୍ତି । କରଜ ସୁଝିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ସିଂହ – ପଢା-ପଢିରେ ମନୋନିବେଶ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

କନ୍ୟା – ଜନପ୍ରିୟ ହୋଇପାରନ୍ତି । ସତ୍‌-ପଥଗାମୀ ହେବେ । ବିଖ୍ୟାତ କାର୍ଯ୍ୟ କରି ଜନ ସମସଜରେ ପ୍ରଶଂସିତ ହେବେ । ଉପକାରି ଲୋକ ପାଖରେ କୃତଜ୍ଞ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ତୁଳା – ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଉପଯୁକ୍ତ ରହିଛି । ଦେବ ଦର୍ଶନରେ ରିଷ୍ଟ ଖଣ୍ଡନ ହେବ । ସରକାରୀ ସ୍ତରରୁ ଲାଭ ମିଳିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ବିଛା – ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି । ଖୁସି ରହିବେ । ଧନାଗମର ସୂଚନା ମିଳୁଛି । ଶ୍ରେଷ୍ଠ ପଦବାଚ୍ୟ ହୋଇପାରନ୍ତି । । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ଧନୁ – ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଧନବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ମକର – ବ୍ୟୟ ଯୋଗ ଅଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ବନ୍ଧୁମାନେ ଆଡ ହୋଇ ଯିବାର ଆଶଙ୍କା ଅଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

କୁମ୍ଭ – ମନ ପ୍ରଫୁଲ୍ଲ ରହିବ । ଉଚ୍ଚ ସମ୍ମାନର ଅଧିକାରୀ ହେବେ । ସୁ ସମ୍ବାଦ ପାଇ ଖୁସି ହେବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମୀନ – କର୍ମ ଚଞ୍ଚଳ ରହିବେ । ସୁ-ସମ୍ବାଦ ପାଇ ଉତ୍‌-ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରୁ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

   Related Posts