ଜୁଲାଇ ୪ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 04, 2020 IST

ମେଷ – ସୁଖରେ ଦିନଟି ଅତିବାହିତ ହୋଇପାରେ । କର୍ମକ୍ଷେତ୍ରରେ ଆଗେଇବେ । ମନୋବଳ ଦୃଢ ରହିବ । ମନ ପ୍ରସନ୍ନ ରହିବ । ପଢାରେ ଆଗେଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ବୃଷ – ଲୋକସଂପର୍କ ବୃଦ୍ଧି ପାଇବ । ସମସ୍ୟାର ସୁ ସମାଧାନ କରି ଆଗକୁ ବଢିବେ । ସୁସ୍ଥ ନିରାମୟ ରହିବେ । ମାନସିକ ଶାନ୍ତି ମିଳିବ । ବ୍ୟବସାୟ ଲାଭ ଯୁକ୍ତ ହେବ । ଶୁଭ ଅଙ୍କ ୬ ।

ମିଥୁନ – ଦିନ ସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ସୁସ୍ଥ ରହିବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

କର୍କଟ – ନିଜକୁ ଅସହାୟ ମନେ କରିପାରନ୍ତି । ଶୁଭେଚ୍ଛୁମାନଙ୍କ ଦ୍ୱାରା ଉପକୃତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ସିଂହ – ଧୀର-ମନ୍ଥର ଗତିରେ ଚାଲିବେ । ଆୟ ହଠାତ୍ କମି ଯାଇପାରେ । ବ୍ୟବସାୟରେ ଆଗେଇବେ । ଯାତ୍ରା ସ୍ଥଗିତ ରଖିପାରନ୍ତି । କୃଷି କାର୍ଯ୍ୟ ତ୍ୱରାନ୍ୱିତ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

କନ୍ୟା – କର୍ମଚଞ୍ଚଳ ରହିବେ । କାର୍ଯ୍ୟରେ ଉତ୍ସାହିତ ହୋଇ ଆଗକୁ ବଢିବେ । ସୁସ୍ଥ ରହିବେ । ମନୋବଳ ବୃଦ୍ଧି ପାଇବ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ତୁଳା – କର୍ମକ୍ଷେତ୍ରରେ ଉଜ୍ଜଳମୟ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଆୟ କ୍ରମେ ବଢିବେ । ଋଣ ପରିଶୋଧ କରିପାରନ୍ତି । ଚାକିରି କ୍ଷେତ୍ରରେ ମନ ପ୍ରସନ୍ନ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ବିଛା – ଆୟ-ବ୍ୟୟ ସମାନ୍ତରାଳ ଭାବରେ ଗତି କରିପାରେ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ । ନୂତନ ନିଯୁକ୍ତିର ସୂଚନା ମିଳୁଛି । କର୍ମରେ ସଫଳତା ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ଧନୁ – ସର୍ବଦା କାର୍ଯ୍ୟ ବ୍ୟସ୍ତ ରହିବେ । ଦୃଢ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟରେ ଲାଭ-କ୍ଷତି ପ୍ରାୟ ସମାନ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ମକର – ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣରୂପ-ରେଖ ଦେବାରେ ସକ୍ଷମ ହେବେ । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କୁମ୍ଭ – ଉଚ୍ଚ ଆଶା ଫଳବତୀ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁସ୍ଥ ରହିବେ । ମନୋବଳ ଦୃଢ ରହିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ମୀନ – ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । କର୍ମତତ୍ପରତା ପ୍ରକାଶ ପାଇବ । ବିଭିନ୍ନ ସ୍ତରରୁ ସାହାର୍ଯ୍ୟ-ସହଯୋଗ ପାଇ ଆଗେଇବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.