ଜୁଲାଇ ୩ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 03, 2020 IST

ମେଷ – କାର୍ଯ୍ୟରେ ପଛଘୁଞ୍ଚା ଦେବେ ନାହିଁ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ଅପଦସ୍ଥ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ବୃଷ – କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସୁଖକର ଘଟଣା ଘଟିବ । କାର୍ଯ୍ୟରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ମିଥୁନ – ଧୀରେ, ସୁସ୍ଥେ କାର୍ଯ୍ୟ ହାସଲ କରିପାରନ୍ତି । ଦୃଢ ମନୋବଳକୁ ପାଥେୟ କରି ଶତ୍ରୁ ସହିତ ମୁକାବିଲା କରିବେ । ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତି ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

କର୍କଟ – ପଢା-ପଢିରେ ମନୋନିବେଶ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ସମାଚାର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ସିଂହ – ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ଓ ଧନାଢ୍ୟ ହେବେ । କେତେକ କ୍ଷେତ୍ରରେ ଭୁଲ ବୁଝା ମଣା ଘଟିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

କନ୍ୟା – ମିଳିମିଶି କାର୍ଯ୍ୟ କରିବେ । ଆଶାବାଦୀ ହୋଇପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରଣୀୟ । ଦେବ ଦର୍ଶନର ସୌଭାଗ୍ୟ ଅଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ତୁଳା – ଅର୍ଥାଗମ ହେବ । ଆଶାବାଦୀ ହୋଇପାରନ୍ତି । ପ୍ରସନ୍ନ ମୂର୍ତ୍ତି ଓ ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ନିଃଶଙ୍କ ହେବେ । ମନରେ ଗର୍ବଭାବ ବହନ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ବିଛା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ଧନୁ – ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଶାସ୍ତ୍ରପଟୁ, ପୁଣ୍ୟଦେହୀ, ସୁବର୍ଣ୍ଣାଦିଯୁକ୍ତ ସୁନ୍ଦର ଓ ରାଜବଂଶ ପୂଜିତ ହେବେ । ଅନ୍ୟ ଦେଶରେ ସମ୍ମାନଯୁକ୍ତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମକର – ମହତ୍ କାର୍ଯ୍ୟ କରି ଆତ୍ମ ସନ୍ତୋଷ ଲାଭ କରିବେ । ଆନନ୍ଦଦାୟକ ଖବର ପାଇବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

କୁମ୍ଭ – କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ସୁ ସମ୍ବାଦ ଶୁଣି ଉତ୍‌ଫୁଲ୍ଲିତ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମୀନ – କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ହାସଲ କରି, ତା’ର ସଦ୍‌-ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.