Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଜୁଲାଇ ୨ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

2/07/2020 at 6:43 AM

ମେଷ – ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ କାର୍ଯ୍ୟ ହାସଲ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ । ଶିକ୍ଷା କ୍ଷେତ୍ରରେ ସୁନାମ ଓ ଗବେଷଣାରେ ସଫଳତା ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ବୃଷ – ଶୁକ୍ରଙ୍କ ରାଶ୍ୟବସ୍ଥାନରୁ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନୋରଞ୍ଜନର ମଉକା ପାଇବେ । ନିଜର କାମ ପଛକୁ ପକାଇ ପଡୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ମିଥୁନ – ଧନାଧିପ କୋଣ ଭାବସ୍ଥ ଯୋଗୁ ଆର୍ଥିକ ଉନ୍ନତି ଘଟିବ ଏବଂ ନୂତନ କର୍ମାରମ୍ଭରେ କୌଣସି ଅସୁବିଧା ହେବ ନାହିଁ । ଘର କିମ୍ବା ଜମିଜମା ପାଇ ମନ ବଳାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

କର୍କଟ – ଚନ୍ଦ୍ର ଓ ମଙ୍ଗଳଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ ମନ ଚାହୁଁଥିବା କାମଟି କରିପାରିବେ ନାହିଁ । କର୍ମ କ୍ଷେତ୍ରରେ ଦୃଢ ମନୋବଳ ନେଇ କୌଣସି କଥାକୁ ଖାତିର କରି ଆଗକୁ ବଢିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ସିଂହ – ରବି ସହ ରାହୁଙ୍କ ସଂଯୋଗ ସ୍ୱାସ୍ଥ୍ୟହାନିର କାରଣ ହୋଇପାରେ । ଆଜି କୌଣସି କାର୍ଯ୍ୟ ସମସ୍ୟା ବହୁଳ ଯୋଗୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କନ୍ୟା – ମୁଖ ଭାବରେ ଚନ୍ଦ୍ରଙ୍କ ଯୋଗୁ ସୁସମ୍ବାଦୁ ଭୋଜନ ପାଇବେ, ମିଠା କଥା କହି ବନ୍ଧୁଙ୍କ ମନ ତୋଷିବେ । ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ଲୋକମାନେ ମଧ୍ୟ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ତୁଳା – କର୍ମାଧିପ ରାଶିସ୍ଥ ଯୋଗ ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ଆନୁଷଙ୍ଗକ ସାହାର୍ଯ୍ୟ ସହ-ଯୋଗ ମିଳିବ । ଆନୁଷ୍ଠାନିକ କାମରେ ଗଠନ ମୂଳକ ପରାମର୍ଶ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ବିଛା – ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବାକୁ ପଡିବ । କିନ୍ତୁ ଆର୍ଥିକ ଦିଗରୁ ଉପକୃତ ହେବେ । ପାରିବାରିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ଧନୁ – ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ମଙ୍ଗଳ ସ୍ଥିତି ପ୍ରଭାବରେ ଆଲୋଚନା କ୍ଷେତ୍ରେରେ ଭାବିଚିନ୍ତି କାମ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ମକର – ମଙ୍ଗଳ ତୃତୀୟସ୍ଥ ଯୋଗୁ ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ । ପରିବାରର କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

କୁମ୍ଭ – ଆଜି ଯେଉଁଠି ଯାହା କହିବେ କିମ୍ବା କରିବେ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେବ । ସାଙ୍ଗସାଥୀଙ୍କ ସହ-ଯୋଗରୁ ବିବାଦମାନ ସ୍ଥିତିରୁ ସହସା ମୁକ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ମୀନ – ମନର ଅସ୍ଥିରତା ସଙ୍ଗକୁ ଶାରିରୀକ ସୁସ୍ଥତା ନ ରହିବାରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଚତୁର୍ଥସ୍ଥ ପାପଗ୍ରହ ଯୋଗୁ ପରିବାରର ଖର୍ଚ୍ଚ ଭାର ବଢିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

   Related Posts