ଜୁନ୍ ୩୦ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 30, 2020 IST

ମେଷ – ପ୍ରିୟାପ୍ରୀତି ତୋଷଣ କରିପାରନ୍ତି । କାର୍ଯ୍ୟକୁ କରାୟତ୍ତ କରିବା ପାଇଁ ଇଚ୍ଛା ଶକ୍ତି ପ୍ରୟୋଗ କରିବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ବୃଷ – ଦୁଃସାହସିକ କାର୍ଯ୍ୟ କରି ପ୍ରଶଂସନୀୟ ହେବେ । ପଢା-ପଢିରେ ମନୋନିବେଶ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ମିଥୁନ – ଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କର୍କଟ – ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ସିଂହ – ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଆକସ୍ମିକ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଧନାଗମର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କନ୍ୟା – ଭଲ ଆୟ ପାଇଁ ଆଶାବାଦୀ ହେବେ ଓ ସଫଳତା ମିଳିବ । ସରକାରୀ ବା ବନ୍ଧୁ ୍ରୂସୂତ୍ରରୁ ଲାଭବାନ୍ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ତୁଳା – ଶତ୍ରୁ ଦମନ କରିବାରେ ବହୁ ଅର୍ଥ ବ୍ୟୟ କରିପାରନ୍ତି । ସମ୍ମାନିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ଜଡିତ ନ ହୋଇ ନୀରବ ଦର୍ଶକ ସାଜି ପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ବିଛା – ପ୍ରତ୍ୟେକ କ୍ଷେତ୍ରରେ ଅପୂର୍ବ ସଫଳତା ଲାଭ କରିବେ । ସୁସମ୍ବାଦ ପାଇ ଉତ୍‌-ଫୁଲ୍ଲିତ ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ଧନୁ – କାର୍ଯ୍ୟରେ ସଫଳତା ଲାଭ କରିବେ । ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ସମାଚାର ପାଇ ଖୁସି ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମକର – ଯାତ୍ରାକାଳୀନ ମାର୍ଗ ଉନ୍ମୁକ୍ତ ରହିଛି । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ସଦ୍‌-ବ୍ୟବହାର କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

କୁମ୍ଭ – ‘ଯେସା କୁ ତେସା’ ନୀତି ଅବଲମ୍ବନ କରି କୃତକାର୍ଯ୍ୟ ହେବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଅର୍ଥ ଟାଣ-ଟୁଣ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ମୀନ – ଯାତ୍ରା ଶୁଭ ପ୍ରଦ ହେବ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.