ଜୁନ୍ ୨୯ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 29, 2020 IST

ମେଷ – ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ । ପ୍ରୀତି ଲାଭ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ମାନ୍ୟତା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ବୃଷ – ଅଜାତଶତ୍ରୁ ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ମିଥୁନ – ସମ୍ମାନିତ ହେବେ । ବନ୍ଧୁ ମିଳନର ସୁଯୋଗ ଅଛି । ଉଦାର ସ୍ୱଭାବର ହେବେ । କୃଷି-କର୍ମକାରୀ, ପ୍ରେମୀ ଓ ବୁଦ୍ଧିମାନ୍ ହେବେ । । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କର୍କଟ – ମନ ପ୍ରସନ୍ନ ରହିବ । ଧର୍ମପରାୟଣ ହେବେ । ମଧୁରଭାଷୀ ଭାବେ ଜନାଦୃତ ହୋଇପାରନ୍ତି । ମେଳାପୀ ପ୍ରକୃତିର ଓ ସାହସୀ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ସିଂହ – ସ୍ୱେଚ୍ଛାସେବୀ କାର୍ଯ୍ୟ ପାଇଁ ସମ୍ମାନିତ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ବିଳାସ-ବ୍ୟସନ୍ନରେ ଦିନଟି ଆଜି କଟିବ । ଉଦାର ବିଦ୍ୟାପ୍ରେମୀ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

କନ୍ୟା – ହସ-ଖୁସିରେ ଆବଶ୍ୟକ ବ୍ୟୟ କରିପାରନ୍ତି । ଶାରୀରିକ ଶକ୍ତି ବୃଦ୍ଧି ପାଇବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ତୁଳା – ମନ ଫୁର୍ତ୍ତି ରହିବ । ସମ୍ମାନିତ ହେବେ । ବ୍ୟୟ ପରିମାଣ ବୃଦ୍ଧି ପାଇବ । କର୍ମ ଚଞ୍ଚଳ ରହିବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ବିଛା – ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ଧନୁ – ଆୟ ଆଶାନୁରୂପ ହେବେ । ମନ ପ୍ରସନ୍ନ ରହିବ । କୁଳ ଉଜ୍ଜ୍ୱଳକାରୀ ହେବେ । ପାରିବାରିକ ସ୍ନେହ ଶ୍ରଦ୍ଧା ରହିବ । ଦୟାଳୁ ପ୍ରକୃତିର ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ମକର – କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

କୁମ୍ଭ – କର୍ମଚଞ୍ଚଳ ରହିବେ । ସ୍ୱଭିମାନୀ ହୋଇପାରନ୍ତି । ସହ-ଯୋଗୀ ବ୍ୟବସାୟ ଲାଭଜନକ ହେବ । ବିଦ୍ୟା ଅର୍ଜନରେ ପାରଙ୍ଗମ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମୀନ – ଆତ୍ମ ସମ୍ମାନକୁ ଜଳାଞ୍ଚଳି ଦେଇ କାର୍ଯ୍ୟ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାପ୍ରତି ମନ ବଳାଇ ପାରନ୍ତି । ଶୁଭ ରଙ୍ଗ କଫ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.