୧୮ ନଭେମ୍ବର, ରବିବାର

Published By : Prameya-News7 Bureau | November 18, 2018 IST

ମେଷ – କଳହ ଠାରୁ ଦୁରେଇ ରହିବାକୁ ପଡିବ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । କାର୍ଯ୍ୟ ବିଳମ୍ବିତ ହୋଇପାରେ । କେବଳ ଭାଗ ବ୍ୟବସାୟରେ ଲାଭବାନ ହେବେ । ବୃଷ – ନିର୍ଭୀକ ଭାବେ କାର୍ଯ୍ୟ କରିପାରନ୍ତି । ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି । ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ । ମିଥୁନ - ଧନ ଲାଭର ଅପୂର୍ବ ସୁଯୋଗ ଅଛି । ଦୃଢ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କର୍କଟ- ଲୋଭଗ୍ରସ୍ତ ହୋଇପାରନ୍ତି । ସାଙ୍ଗଠନିକ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରିବେ । କାର୍ଯ୍ୟର ବୈଶିଷ୍ଟ୍ୟ ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ସିଂହ – ପାରିବାରିକ ଅଶାନ୍ତି ଦେଖାଦେଇ ପାରେ । ଧୈର୍ଯର ସହ ମୁକାବିଲା କରିବାକୁ ପଡିବ । କୃଷିକ୍ଷେତ୍ର ଉପରେ ଗୁରୁତ୍ୱ ଦେଇପାରନ୍ତି । କନ୍ୟା – ବିଭିନ୍ନ ଦିଗରୁ ଲାଭବାନ ହୋଇପାରନ୍ତି । ସାଙ୍ଗଠନିକ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରିବେ । କାର୍ଯ୍ୟର ବୈଶଷ୍ଟ୍ୟ ମହାନ୍ କରି ଗଢି ତୋଳିବେ । ତୁଳା – ମନଇଚ୍ଛା କିଛି ନ କରି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଲେ ସୁଫଳ ମିଳିବ । କର୍ମ ତତ୍ପରତା ପ୍ରକାଶ ପାଇବ । ଆୟ ବୃଦ୍ଧିର ସୁଯୋଗ ଅଛି । ବିଛା – ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଆୟ ବୃଦ୍ଧିର ସୁଯୋଗ ଜୁଟିଛି । ବନ୍ଧୁ ସହାୟତାରୁ ଲାଭବାନ ହେବେ । ଧନୁ – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ସାମୟିକ ଭାବେ କିଛି ସମୟ ପାଇଁ ଅଟକି ଯାଇପାରନ୍ତି । ପରିଶ୍ରମ ବୃଥା ହୋଇପାରେ । ମଧୁରଭାଷୀ ହେବେ । ମକର – ନୂତନ କର୍ମ ପାଇ ନିଯୁକ୍ତି ମିଳିପାରେ । ଆୟ ଆଶାନୁରୂପ ହୋଇପାରେ । ସରକାରୀସ୍ତରରୁ ଲାଭ ଉଠାଇ ପାରନ୍ତି । ଲୋକ ପ୍ରିୟତା ବୃଦ୍ଧି ହେବ । କୁମ୍ଭ - ଶ୍ରମର ମୂଲ୍ୟାଙ୍କନ ହେବ । ସର୍ବାଙ୍ଗୀଣ ଉନ୍ନତ ହେବାର ସୂଚନା ମିଳୁଛି । ବିଭାଗୀୟ ସ୍ତରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ମୀନ - ଏଣିକି ନିର୍ଭୟରେ କାର୍ଯ୍ୟ କରି ଚାଲିବେ । ଶ୍ରମ ବହୁଳ ହୋଇପାରେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.