ଜୁନ୍ ୨୫ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 25, 2020 IST

ମେଷ – ବିଭିନ୍ନ ସମସ୍ୟା ଥାଇ ମଧ୍ୟ କାର୍ଯ୍ୟରେ ସଫଳତା ଲାଭ କରିବେ । କୃଷିକ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । ଯାନବାହନ ସୁଖ ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ବୃଷ – ମାମୁଲି କାର୍ଯ୍ୟରେ ବ୍ୟସ୍ତ ରହିବେ । ଲାଭବାନ୍ ହେବେ । ସାଧନାରେ ସିଦ୍ଧି ପ୍ରାପ୍ତ ଓ ବ୍ୟବସାୟ ଭଲରେ ଚାଲିବ । ସକଳ ଗୁଣଯୁକ୍ତ, ସୁଖୀ  ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ମିଥୁନ – ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପାରନ୍ତି । ଅଭୀଷ୍ଟ ସିଦ୍ଧି ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କର୍କଟ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ । କାର୍ଯ୍ୟରେ ସଫଳତା ମିଳିବ । ଅର୍ଥ ସଞ୍ଚୟ କରିବେ । ଅପାର ଗୁଣର ଅଧିକାରୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ସିଂହ – ବ୍ୟୟଭାର ଅଧିକ ହେବ । ପ୍ରାପ୍ୟ ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡିବ । ଉପୁଜିଥିବା ସମସ୍ୟାକୁ ଦୂର କରିବାରେ ସକ୍ଷମ ହେବେ ।  ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କନ୍ୟା – ମାନ୍ୟତା ପ୍ରାପ୍ତ ସହ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ଭୋଗ-ବିଳାସ କରିପାରନ୍ତି ।  ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ତୁଳା – ଆୟ ଆଶାନୁରୂପ ହେବ । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି । ସପରିବାରେ ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ବିଛା – ଯଶସ୍ୱୀ ହେବେ । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଆର୍ଥିକ ଲାଭର ସୂଚନା ମିଳୁଛି । ଆନନ୍ଦ-ଉଲ୍ଲାସରେ କାର୍ଯ୍ୟ ସଂପାଦନ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ଧନୁ – ଅଧିକ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ଆସିବ । ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ପୂଜ୍ୟ-ପୂଜା ଉପରେ ଗୁରୁତ୍ୱ ଦେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ମକର – ବନ୍ଧୁ ସହ-ଯୋଗ ପାଇ ଖୁସି ହୋଇପାରନ୍ତି । ଆଶା କରୁଥିବା ସୁବିଧା, ସୁଯୋଗ ହାସଲ କରିବାରେ ସକ୍ଷମ ହେବେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କୁମ୍ଭ  – ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏ ବିଶ୍ରାମ ନେବାର ପ୍ରଶ୍ନ ଉଠୁ ନାହିଁ । ଆନନ୍ଦ  ଉତ୍ସବରେ ସମୟ ଅତିବାହିତ ହେବ । ବନ୍ଧୁ ସୁଖ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମୀନ – ନିଜର ଜ୍ଞାନ-ଗରିମା ପାଇଁ ମନରେ ସାମୟିକ ଭାବେ ଅହଂଭାବ ଉଦ୍ରେକ ହୋଇପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.