ଜୁନ୍ ୧୯ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 19, 2020 IST

ମେଷ – ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ଶିବଦର୍ଶନ ଶୁଭଦାୟକ ହେବ । ପରାକ୍ରମ ହୋଇପାରନ୍ତି । ଚରିତ୍ରବତ୍ତା ଯୋଗୁଁ ଜନବଲ୍ଲଭ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ବୃଷ – ବ୍ୟୟଭରା ବୃଦ୍ଧି ହୋଇପାରେ । ଆଶ୍ୱାସନା ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଧାର୍ମିକ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମିଥୁନ – ପ୍ରୀତି ଲାଭ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଅଭୀଷ୍ଟ ପୂର୍ଣ୍ଣ ହୋଇପାରେ । ସମ୍ମାନିତ ହେବାର ସୌଭାଗ୍ୟ ଅଛି । ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

କର୍କଟ – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସତ୍‌-ସଙ୍ଗୀ ହୋଇପାରନ୍ତି । ଅନ୍ୟର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ସିଂହ – ଆଗକୁ ଯିବାର ସୁଯୋଗ ଅଛି । ଆୟ ବୃଦ୍ଧି ହୋଇପାରେ । ପରିଶ୍ରମ ତୁଳନାରେ ଲାଭ ସୀମିତ ହେବ । ଭାଗ୍ୟଶାଳୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

କନ୍ୟା – ସୁଯୋଗ ମିଳିବ, ମାତ୍ର ଦୁର୍ଯୋଗ ପ୍ରତି ସତର୍କ ରହିବାକୁ ପଡିବ । ଭାଗ୍ୟବାନ୍ ହେବେ । ଅସାଧୁ ଓ ଦୁଷ୍ଟମାନଙ୍କୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ତୁଳା – କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସ୍ନେହ,ଶ୍ରଦ୍ଧା ଅତୁଟ ରହିବ । ବନ୍ଧୁ ସହାୟତା ଓ ସାନ୍ନିଧ୍ୟ ଲାଭ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ବିଛା – କର୍ମ ଚଞ୍ଚଳ ରହିପାରନ୍ତି । ଧନସଂଯୁକ୍ତ ହୋଇପାରନ୍ତି । କୁଳପ୍ରଦାନ ହେବେ । କର୍ମକ୍ଷେତ୍ରରେ ସ୍ଥିରତା ଆସିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

ଧନୁ- କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ । କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ପାଇଁ ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଯୋଜନା ଚାଲୁ ରହିବ ଓ ଫଳବତୀ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ମକର – ପ୍ରତ୍ୟେକ କ୍ଷେତ୍ରରେ ଜଗି-ରଖି ଚଳିବାକୁ ପଡିବ । ନିଜର କର୍ମକୁଶଳତା ପାଇଁ ମନରେ ଅହଂଭାବ ଜାଗ୍ରତ ହୋଇପାରେ । ସମସ୍ୟା ବୃଦ୍ଧି ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

କୁମ୍ଭ – କାର୍ଯ୍ୟକୁ କରାୟ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ଚଞ୍ଚଳମନା ହୋଇପାରନ୍ତି । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମୀନ – ଚାଲୁ ରହିଥିବା କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ମାନ୍ୟତା ପ୍ରାପ୍ତିର ସୁଯୋଗ ଅଛି । ଅର୍ଥ ସଞ୍ଚୟ କରିପାରନ୍ତି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.