ଜୁନ୍ ୧୭ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 17, 2020 IST

ମେଷ – ସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସାଦନ କରିବେ । ଆଶାତୀତ ଭାବରେ ସ୍ୱାସ୍ଥ୍ୟରେ ଉନ୍ନତି ସଙ୍ଗକୁ ବନ୍ଧୁମିଳନରୁ ଖୁସୀ ରହିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ବୃଷ – ପ୍ରତ୍ୟେକ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ ବ୍ୟକ୍ତି ମନ କଥାକୁ ଠିକ୍ ଭାବେ ବୁଝିପାରିବେ ନାହିଁ । ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ବନ୍ଧୁ ଦ୍ୱାରକୁ ଗମନ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ମିଥୁନ - ବାଣୀକାରକ ବୁଧଙ୍କ ପ୍ରଭାବରୁ ଶାରୀରିକ ସୁସ୍ଥତା ସହ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ବୃହସ୍ପତିଙ୍କ ଦୋଷରୁ ସାମାଜିକ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କର୍କଟ – କର୍ମସ୍ଥ ଚନ୍ଦ୍ର ଯୋଗୁ ଉନ୍ନତି ଚିନ୍ତାଧାରା ସହିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରିବେ । କିନ୍ତୁ ଈର୍ଷାପରାୟଣ ଶତ୍ରୁମାନଙ୍କର ସମସ୍ୟା ସୃଷ୍ଟି ସାମୟିକ ମନକୁ ଭାରାକ୍ରାନ୍ତ କରିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

ସିଂହ – ରାହୁ ଯୁକ୍ତ ରବିଙ୍କ ଯୋଗୁ ପାରିପାଶ୍ୱିର୍କ କ୍ଷେତ୍ରରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବ । ବହୁ ପୂର୍ବରୁ କେତେକ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କନ୍ୟା – ଆର୍ଥିକ ଦିଗ ପାଇଁ ପଥ ପରିଷ୍କାର କରିବେ । ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ସମସ୍ୟା ରହିଥିଲେ ମଧ୍ୟ ବୁଝିବିଚାରି କାମ କରିବା ସଙ୍ଗକୁ ଅବସ୍ଥା ଦେଖି ବ୍ୟସ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ତୁଳା – ବୃହସ୍ପତି ସହ ଶନିଙ୍କ ସ୍ଥିତି କାରଣରୁ ନିଜର ଲୋକମାନଙ୍କ ବିରୁଦ୍ଧାଚରଣ ପରିବେଶକୁ ସରଗରମ କରିବ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରୁ ସାମୟିକ ଖୁସୀ ରହିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ବିଛା – ଶନି କ୍ଷେତ୍ରସ୍ଥ ମଙ୍ଗଳ ଯୋଗୁ ବିଶେଷ ଅସୁବିଧା ନ ଥିଲେ ମଧ୍ୟ ମନରେ ଉତ୍ସାହ ରହିବ ନାହିଁ । କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ଧନୁ- ରାଶ୍ୟାଧିପ ଶନି କ୍ଷେତ୍ରସ୍ଥ ଯୋଗୁ ଆଜି ଅଯଥା ଅତୀତ କଥା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ସ୍ୱାସ୍ଥ୍ୟ ସମସ୍ୟା, ଅସଜଡା ପାରିବାରିକ ପରିସ୍ଥିତି ସହ କର୍ମକ୍ଷେତ୍ରରେ କଳହକୁ ନେଇ ଅଶାନ୍ତି ଲାଗି ରହିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

ମକର – ପ୍ରତୀକ୍ଷିତ ଖବର ପାଇବା ସଙ୍ଗକୁ ପ୍ରତିଯୋଗିତା ସଫଳତା ଯୋଗୁ ମନ ଖୁସି ରହିବ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କୁମ୍ଭ - ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପଦ ରହିବ ଓ ଲକ୍ଷ୍ୟ ହାସଲ କରିବେ । ଗତକାଲିର ଯୋଜନା ମୁତାବକ ଆବଶ୍ୟକୀୟ ସୁବିଧା ସୁଯୋଗ ଆପଣାଛାଏଁ ଜୁଟିଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ମୀନ - କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାର୍ଯ୍ୟ, ସହ-ଯୋଗ ଆଶାକରି ନିରାଶ ହେବେ । ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ କ୍ଷେତ୍ରରୁ ସମ୍ମାନ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.