ଜୁନ୍ ୧୬ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 16, 2020 IST

ମେଷ – ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ଧନଲାଭ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ବୃଷ – ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । ଭୋଗୀ,ଗୁଣଜ୍ଞ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ମିଥୁନ – ସଞ୍ଚୟାଭିମୁଖୀ ହୋଇପାରନ୍ତି । ହର୍ଷ ଉଲ୍ଲାସରେ ସମୟ ବିତାଇ ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କର୍କଟ – ଉଚ୍ଚ ସମ୍ମାନ ଲାଭ କରିବେ । ହୃଦୟରେ ସେବା ମନୋଭାବ ଜାଗ୍ରତ ହେବ । ଧନବାନ୍ ଏବଂ ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ । ସତ୍ କର୍ମ ଓ ଧର୍ମମାର୍ଗରେ ମନୋନିବେଶ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ସିଂହ – ଦେବ-ଦେବ ମହାଦେବଙ୍କ ଶରଣାପନ୍ନ ହେବେ । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଜନପ୍ରିୟ ଓ ସତ୍ୟବାଦୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

କନ୍ୟା – ଯାତ୍ରା ଶୁଭଦାୟକ ହେବ । ଅଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ସତ୍‌-ସଙ୍ଗୀ ହେବେ । ଅତିଥି, ଗୁରୁ ଓ ଦେବପୂଜା ନିରତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ତୁଳା – ଉତ୍ସବାଦି କାର୍ଯ୍ୟରେ ସ୍ୱତ-ପ୍ରବୃତ୍ତ ଭାବେ ଯୋଗଦାନ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭ ଫଳ ପାଇବାର ସୂଚନା ମିଳୁଛି । ସର୍ବ ବିଧ ଉନ୍ନତି ଆଶା କରାଯାଏ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ବିଛା – ଧର୍ମ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । କ୍ରୋଧ ସମ୍ବରଣ କଲେ ପ୍ରତ୍ୟେକ କ୍ଷେତ୍ରରେ ଆଦର ଲାଭ କରିବେ । କାର୍ଯ୍ୟକ୍ଷେତ୍ରରେ ସବୁ ବାଧା –ବିଘ୍ନକୁ ଏଡାଇ ସଫଳତା ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ଧନୁ- ପ୍ରତିଶୋଧ ପରାୟଣ ହୋଇପାରନ୍ତି । ଯାନବାହନ ଚଳାଚଳ ଓ ଉଚ୍ଚ ସ୍ଥାନ ଆରୋହଣରେ ସତର୍କ ରହିବେ । କୃଷି ପ୍ରତି ନଜର ଦେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ମକର – ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ । କୌଣସି ଏକ କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ମନରେ ସରସତା ଆସିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କୁମ୍ଭ – ଉଚ୍ଚ ସମ୍ମାନ ଲାଭ କରିବେ । ତ୍ୟାଗଶୀଳ ହୋଇପାରନ୍ତି । ନୀତିନିଷ୍ଠ , ବିବିଧ ଧନଯୁକ୍ତ,ଚଞ୍ଚଳମନା ଓ ହୃଷ୍ଟ ଚିତ୍ତଯୁକ୍ତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ମୀନ – କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ବହୁ ଶୁଭଫଳ ଆଶା କରାଯାଏ । ଧନବାନ୍ ହେବେ । ଗୁଭବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.