୧୭ ନଭେମ୍ବର, ଶନିବାର

Published By : Prameya-News7 Bureau | November 17, 2018 IST

ମେଷ – ପତ୍ନୀଙ୍କ ସହିତ ମନୋମାଳିନ୍ୟ ହେବାର ସୂଚନା ମିଳୁଛି । ସେବାନୁରକ୍ତ ହୋଇପାରନ୍ତି. ଓୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତି ହୋଇପାରନ୍ତି । ବୃଷ – ବ୍ୟବସାୟରେ ଲାଭବାନ ହେବେ । ସେବା ମନୋଭାବର ହୋଇପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଧୈର୍ଯ୍ୟବାନ ଓ ଶାନ୍ତ ସ୍ୱଭାବର ହେବେ । ମିଥୁନ - ନିଜକୁ ନିଜେ ଉଚ୍ଚାସୀନ ବୋଲି ମନେ କରିପାରନ୍ତି । ଚକ୍ଷୁ ଯନ୍ତ୍ରଣା ଭୋଗ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ଅତୁଟ ରହିବ । କର୍କଟ- ଶୁଭ ସମାଚାର ପାଇ ଖୁସି ହେବେ । ଲିଖନ ପଠନରେ କୃତ୍ତିତ୍ତ୍ୱ ହାସଲ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନ ଲାଭ ହେବ । ସିଂହ – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ମାତ୍ର ବାକ୍ୟ ଅସଂଯମତା ଯୋଗୁଁ ଅପଦସ୍ତ ହେବାର ସୂଚନା ମିଳୁଛି । ଉଦାର ସ୍ୱଭାବ ଓ ଦାନଶୀଳ ହେବେ । କନ୍ୟା – ମାନସିକ ସ୍ତରରେ ଦୃଢତା ବୃଦ୍ଧି ପାଇବ । ଭିନ୍ନ ଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ତୁଳା – ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ତରବର ନ ହୋଇ ଅପେକ୍ଷାରତ ହେଲେ ସଫଳତା ଅବଶ୍ୟ ମିଳିବ । ସୌଭାଗ୍ୟଶାଳୀ ହୋଇପାରନ୍ତି । ବିଛା – ବ୍ୟବସାୟରେ ପ୍ରଭୂତ ଉନ୍ନତି ସାଧନ କରିବେ । ସୁଖ ଶାନ୍ତିରେ ଦିନଟି ଅତିବାହିତ ହୋଇପାରେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଧନୁ – ପ୍ରତ୍ୟେକ କାର୍ଯ୍ୟ ବୁଝି ବିବାରି କରିବେ । ଚଞ୍ଚଳ ସ୍ୱାଭବର ହୋଇପାରନ୍ତି । ନିରୋଳା ସ୍ଥାନରେ ସମୟ କଟାଇବାକୁ ଇଚ୍ଚାପ୍ରକାଶ କରିପାରନ୍ତି । ମକର – ଆପଣଙ୍କ ବିରୋଧୀମାନେ ବିରୋଦ୍ଧରୁ ଅପସରି ଯିବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ସୁସ୍ଥ ଓ ନିରାମୟ ରହିବେ । ଲୋକ ପ୍ରିୟତା ଅର୍ଜନ କରିବେ । କୁମ୍ଭ - କାର୍ଯ୍ୟ ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ମୀନ - ନିର୍ଭୀକ ଭାବେ କାର୍ଯ୍ୟ କରିବେ । ଭାଗ୍ୟଶାଳୀ ହେବେ । ଭୋଗ ବିଳାସରେ ସମୟ ବିତାଇ ପାରନ୍ତି । ଧର୍ମାତ୍ମା, ପ୍ରବାସପ୍ରିୟ,ବିଦ୍ୱାନ,ସାହସୀ ଓ ସମ୍ପତ୍ତିବାନ୍ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.