ଜୁନ୍ ୧୦ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 10, 2020 IST

ମେଷ – ବିଭିନ୍ନ ଦିଗରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଆର୍ଥିକ ଅଭିବୃଦ୍ଧି ଘଟିବ । ବାଣିଜ୍ୟ କାରବାର ଲାଭଜନକ ହେବ । ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ବୃଷ – କର୍ତ୍ତବ୍ୟନିଷ୍ଠ ହେବେ । ମନରେ ଉଦ୍‌ବେଗ ଜାତ ହୋଇପାରେ । ଜ୍ଞାନ-ଗରିମା ବୃଦ୍ଧି ହେବ । କର୍ମକ୍ଷେତ୍ର, ସାମାଜିକ କ୍ଷେତ୍ରରେ ପ୍ରଭାବଶାଳୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ମିଥୁନ – ମାଙ୍ଗଳିକ କାର୍ଯ୍ୟରେ ମନୋନିବେଶ ସହ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଓ ଘାତ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ରହିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

କର୍କଟ – କାର୍ଯ୍ୟରେ ଆଗ୍ରହୀ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସୁଖ-ସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ସିଂହ – ଆଶା କରୁଥିବା କାର୍ଯ୍ୟ ହସ୍ତଗତ ହୋଇପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ବିଧି-ବିଧାନରେ ପରିଚାଳିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କନ୍ୟା – କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବିବାଦୀୟ ପରିସ୍ଥିତି ଉପୁଜିପାରେ । ଚିନ୍ତିତ ହୋଇପାରନ୍ତି । ଉନ୍ନତ ମାନସିକତା ନେଇ କାର୍ଯ୍ୟ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ତୁଳା – ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ବ୍ୟବସାୟରେ ଢେର ଉନ୍ନତି ଘଟିବ । ଆୟ ବୃଦ୍ଧିର ସୂଚନା ମିଳୁଛି । ପରୋପକାରୀ ହେବେ । ବିଦ୍ୱାନ୍ ବ୍ୟକ୍ତିଭାବେ ପରିଚିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ବିଛା – କର୍ମକ୍ଷେତ୍ର ଶାନ୍ତିଦାୟକ ହେବ । ନିଜ କାର୍ଯ୍ୟରେ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବହୁ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ଧନୁ – କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ । ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି । ସୁଗୁଣ ସମ୍ପନ୍ନ ଓ ଧନବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ମକର –ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବିଭିନ୍ନ ଦିଗରୁ ସହଯୋଗ ମିଳିବ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

କୁମ୍ଭ – ଯାନବାହନ ସୁଖ ମିଳିପାରେ । ନୂତନ ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆତ୍ମ ସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ମୀନ – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଶାସ୍ତ୍ର ବିସାରଦ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରି ସନ୍ତୁଷ୍ଟ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.