ଜୁନ୍ ୭ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 07, 2020 IST

ମେଷ – କାନକୁହା ବ୍ୟକ୍ତିଙ୍କ ପାଇଁ ବିଭ୍ରାନ୍ତ ହୋଇପାରନ୍ତି । ମାତ୍ର କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବୃଷ – ଦୂରବନ୍ଧୁଙ୍କ ସହାୟତା ପାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସହଧର୍ମିଣୀଙ୍କ ସହାୟତା ମିଳିପାରେ । ବ୍ୟବସାୟରୁ ସୁଫଳ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ମିଥୁନ – ଧର୍ମ-କର୍ମ ସଂପାଦନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୀର୍ତ୍ତିମାନ ହୋଇପାରନ୍ତି । । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

କର୍କଟ – ଠାକୁରଙ୍କ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ସିଂହ – ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାତ୍ର ବିଳମ୍ବରେ ପତ୍ନୀଙ୍କ ଅସୁସ୍ଥତା ପାଇଁ ଚିନ୍ତିତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କନ୍ୟା – ପଠନ-ଲିଖନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି । ଦୀର୍ଘଦିନର ଆଶା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

ତୁଳା – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଶତ୍ରୁର ବିନାଶ ଘଟାଇ ଧନଭୋଗ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ବିଛା – କର୍ମ ଯୋଗୀ ହେବେ । ଆୟର ମାତ୍ରା ବୃଦ୍ଧି ପାଇବ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅଧିକ ଦାୟିତ୍ୱ ବହନ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ଧନୁ – ଉତ୍ସାହିତ ହୋଇ କାର୍ଯ୍ୟ ଚାଲୁ ରଖିବେ । ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇପାରେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ମକର – ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସଂପାଦନ କରିବେ । କର୍ମକ୍ଷେତ୍ରରୁ ସଫଳତା ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

କୁମ୍ଭ – ଆରମ୍ଭ କରିଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ମୀନ – ଭାବିଚିନ୍ତି ଯାହା କରିବେ ସେଥିରେ ସଫଳତା ମିିଳିବ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.