୧୬ ନଭେମ୍ବର, ଶୁକ୍ରବାର
16/11/2018 at 9:40 AM

ମେଷ – କୌଣସି ଏକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ପ୍ରୀତି ଲାଭ ହେବ । ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ବୃଷ – ଯାତ୍ରା ଶୁଭ ଦାୟକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।
ମିଥୁନ – ସୁସ୍ଥ ଓ ନିରାମୟ ରହିବେ । ପ୍ରୀତିଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ମନ ବଳାଇବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।
କର୍କଟ- ଯୋଜନାରେ ସଫଳତା ମିଳିବା କଷ୍ଟକର ହୋଇପାରେ । ବଦଖର୍ଚ୍ଚୀ ହେବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ ।
ସିଂହ – ବନ୍ଧୁ ସହ ଯୋଗ ପାଇ ଖୁସି ହେବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭ ହୋଇପାରେ ।
କନ୍ୟା – ଗୋଳମାଳିଆ ପରିସ୍ଥିତିରୁ ଫାଇଦା ଉଠାଇ ପାରନ୍ତି । ଉଦାର ସ୍ୱଭାବର ହେବେ । ଦାନଶୀଳ ଓ ସୁଖୀ ହେବେ । ବ୍ୟକ୍ତିତ୍ୱର ବିକାଶ ଘଟାଇବେ ।
ତୁଳା – ସମ୍ମାନିତ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି ।
ବିଛା – ପୈତୃକ କାର୍ଯ୍ୟରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ସହନଶୀଳ ଓ ଶାନ୍ତି ପ୍ରିୟ ହେବେ ।
ଧନୁ – କାର୍ଯ୍ୟର ଅଗ୍ରଗତି ଘଟିବ । ସୁଖୀ ହେବେ । ମିତ୍ର ସୁଖ ମିଳିପାରେ ।ସମ୍ମାନିତ ହେବାର ସୂଚନା ମିଳୁଛି । ଐଶ୍ୱର୍ଯ୍ୟଯୁକ୍ତ ହେବେ ।
ମକର – ଗନ୍ତବ୍ୟ ପଥରେ ବିଘ୍ନ ଉପୁଜିପାରେ । ଧନକ୍ଷୟ ହେବାର ସୂଚନା ମିଳୁଛି । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି ।
କୁମ୍ଭ – ଆୟ ବୃଦ୍ଧିର ସୂଚନା ମିଳୁଛି । ବନ୍ଧୁ ଓ ବିଭାଗୀୟ ସହାୟତାରୁ ଲାଭବାନ ହେବେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ ।
ମୀନ – କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ ଓ ମନ ଫୂର୍ତ୍ତି ରହିବ । କୁଳଦୀପକ ହେବ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହି ପାରନ୍ତି । ଦୟାଳୁ ସ୍ୱଭାବର ହେବେ ।