ଜୁନ୍ ୪ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 04, 2020 IST

ମେଷ – କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ଚିନ୍ତାଧାରା ସୁଦୂର ପ୍ରସାରୀ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରଭାବଶାଳୀ ଓ ଜନବଲ୍ଲଭ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮ ।

ବୃଷ – ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍କ କରିବାରେ ସକ୍ଷମ ହେବେ । ସାମାନ୍ୟ ଆଘାତ ପ୍ରାପ୍ତ ହୋଇପାରନ୍ତି । ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ । ସ୍ଥିତି ଅନୁକୂଳ ରହିଛି । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମିଥୁନ - ମିଳି ଥିବା ଦ୍ରବ୍ୟ ସାଇତି ରଖିବାକୁ ପଡିବ କାରଣ ଦରକାର ବେଳେ କାମରେ ଆସିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କର୍କଟ – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଅଧିକ ଦାୟିତ୍ୱ ବହନ କରିବେ । କୃଷିକ୍ଷେତ୍ରକୁ ପ୍ରସ୍ତୁତ କରିବାରେ ସମୟ ଲାଗିବ । ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ସିଂହ – ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖ-ସମ୍ମାନ ଲାଭ କରିପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ପ୍ରତି ଯୋଗିତାରେ ବିଜୟୀ ହୋଇ ପୁରସ୍କାରପ୍ରାପ୍ତ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

କନ୍ୟା – ଉଚ୍ଚ ଆସନ ଲାଭ କରିପାରନ୍ତି । ଗୃହ ରହଣି ଆନନ୍ଦଦାୟକ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୌଭାଗ୍ୟ ଅଛି । ଦୀର୍ଘ ଦିନର ଆଶା ପୂରଣ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ତୁଳା – ପରିବାର ଓ ଶୁଭେଚ୍ଛୁଙ୍କର କଲ୍ୟାଣ ଭାଜନ ହେବେ । ଆତ୍ମୀୟସ୍ୱଜନଙ୍କ ସାନ୍ନିଧ୍ୟ ଓ ସହାୟତା ମିଳିବ । ଉତ୍ତମ ଶିକ୍ଷକଙ୍କ ଠାରୁ ବିଦ୍ୟା ଆରୋହଣ କରିବେ । ଗୃହରେ ଅନିର୍ବଚନୀୟ ଶାନ୍ତି ବିରାଜମାନ କରିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ବିଛା – ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଦ୍ରବ୍ୟ କ୍ରୟ କରିବାରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । କାର୍ଯ୍ୟ ଓ କର୍ମକ୍ଷେତ୍ରରେ ସ୍ଥିରତା ପ୍ରକାଶ ପାଇବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

ଧନୁ – ବିରୋଧକୁ ପ୍ରତିହତ କରି କାର୍ଯ୍ୟ କରି ଚାଲିବେ । ସରକାରୀ ଓ ବିଭାଗୀୟ ଅନୁଗ୍ରହ ଲାଭ କରିବେ । ଅନ୍ୟର ମଙ୍ଗଳ କାମନା କଲେ ନିଜେ ବିଶେଷ ଉପକୃତ ହେବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମକର – ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ । ଆୟ ଆଶାନୁରୂପ ହେବ, ଏପରିକି ସରକାରୀ ସ୍ତରରୁ ଅର୍ଥ ପାଇପାରନ୍ତି । ବିଭିନ୍ନ ସ୍ତରରୁ ସହ-ଯୋଗ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କୁମ୍ଭ - ସୁଖ-ସମ୍ମାନ ଲାଭ କରିପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ପ୍ରତିଯୋଗିତାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମୀନ - ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବ୍ରହ୍ମ ଉପାସକ ହେବେ । ରିଷ୍ଟ ଖଣ୍ଡନ ହୋଇପାରେ । ପତ୍ନୀଙ୍କ ସୌଭାଗ୍ୟ ଯୋଗୁଁ ବିପଦମୁକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.