ଜୁନ୍ ୨ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 02, 2020 IST

ମେଷ – ମନରେ ଗର୍ବଭାବ ଆସିପାରେ । କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮।

ବୃଷ – ମନ ଚଞ୍ଚଳ ରହିବ । ଆକସ୍ମିକ ବିଦ୍ୟା ଲାଭ ହୋଇପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରେ ଉନ୍ନତି ପାଇଁ, ବିଦ୍ୟା ଆରୋହଣ କରିବାକୁ ପଡିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ମିଥୁନ – ପରାମର୍ଶ ନେଇ କାର୍ଯ୍ୟ କରିବାକୁ ପଡିବ । ଉଦାର ପ୍ରକୃତିର ହୋଇପାରନ୍ତି । ବ୍ୟକ୍ତିତ୍ୱର ବିକାଶ ଘଟିବ । କୃଷି କାର୍ଯ୍ୟ ପାଇଁ ତତ୍ପର ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

କର୍କଟ – ଯାତ୍ରା କରିବାରେ ସତର୍କତା ଅବଲମ୍ବନ କରିବେ । କେତେକ କ୍ଷେତ୍ରରେ ଘଟିଥିବା ମନାନ୍ତର ଅବସାନ ଘଙ୍କିବ । ମନ ପ୍ରସନ୍ନ ରହିବ । ଅସ୍ତିକ ପ୍ରବୃତ୍ତିର ହେବେ । ମଧୁରଭାଷୀ ହୋଇପାରନ୍ତି । ସାନ ଭାଇମାନଙ୍କ ଠାରୁ ଆଦର, ସମ୍ମାନ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ସିଂହ – ବିଭିନ୍ନ ଦିଗରୁ ଅର୍ଥାଗମ ହେବାର ସୂଚନା ମିଳୁଛି । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ଓ ବିଦ୍ୟାପ୍ରେମୀ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

କନ୍ୟା – ଶ୍ରୀଚନ୍ଦ୍ର ଭୋଗ ହେଉ ଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବିଦ୍ୟା ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ପାଇଁ ସତର୍କତା ଆବଶ୍ୟକ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାରେ ବିଜୟୀ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ତୁଳା – ବ୍ୟୟ ଅଧିକ ହେବାର ସୂଚନା ମିଳୁଛି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଳମନା ହେବେ । ସାମୟିକ ଭାବେ ନିରୋଳା ସ୍ଥାନରେ ସମୟ ବିତାଇବାକୁ ଇଚ୍ଛା କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ବିଛା – ଧର୍ମ-ଧାରଣାରେ ନିଜକୁ ସାମିଲ କରିପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଲୋକପ୍ରିୟତା ଅର୍ଜନ କରିବେ । କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ । ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ଧନୁ – ସୁଖ-ସମ୍ମାନ ଲାଭ କରିବେ । କୁଳ ଉଜ୍ଜ୍ୱଳକାରୀ ଏବଂ ଦୟାଳୁ ସ୍ୱଭାବର ହେବେ । ଚିତ୍ତ ପ୍ରସନ୍ନ ରହିବ । ବ୍ୟବସାୟରେ ସମାନ୍ୟ କ୍ଷତି ସହିବାକୁ ପଡିବ । ପାରିବାରିକ ସୁଖ ମିଳିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୨ ।

ମକର – ଯାତ୍ରା ଫଳଦାୟକ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର ସହ ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

କୁମ୍ଭ – ଯାତ୍ରା ଯୋଗ ଥିଲେ ବି, ଯାତ୍ରା କରିବା ଆପଣଙ୍କ ପାଇଁ କ୍ଷତି ହୋଇପାରେ । ସ୍ଥଗିତ ରଖିବା କାର୍ଯ୍ୟକୁ ବୁଦ୍ଧିମାନର ସହ କରିବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମୀନ – କର୍ମକ୍ଷେତ୍ରରୁ ଧନ ଅର୍ଜନ କରିବେ । ସାମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.