ଜୁନ୍’ ୧ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 01, 2020 IST

ମେଷ – ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ । ଦେବୀ ଦର୍ଶନ ପାଇ ଇଚ୍ଛୁକ ପ୍ରକାଶ କରିବେ । ବନ୍ଧୁ ମିଳନରୁ ସୁଫଳ ମିଳିବ । ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ବୃଷ – ପ୍ରଭାବ ବିସ୍ତାର କରିପାରନ୍ତି । ସଙ୍ଗୀତ ପ୍ରିୟ ଓ ସୁଶୀଳ ହେବେ । ଧାର୍ମିକପ୍ରବର ହୋଇପାରନ୍ତି । ମହତ୍ ଉଦ୍ଦେଶ୍ୟରେ ଆତ୍ମୋତ୍ସର୍ଗ କରିପାରନ୍ତି । କୃଷି ଉପରେ ଗୁରୁତ୍ୱ ଦେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ମିଥୁନ – ସମ୍ମାନିତ ହେବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସତ୍‌-କର୍ମରେ ନିୟୋଜିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସକଳ ଗୁଣଯୁକ୍ତ, ସୁଖୀ ଓ ଶାସ୍ତ୍ରାନୁରକ୍ତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

କର୍କଟ – ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । ନୀତିନିଷ୍ଠ ଓ ପଶୁ ଧନାଦିଯୁକ୍ତ ହେବେ । ବିଭିନ୍ନ ସ୍ତରରେ ଧନାଗମ ହେବାର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ସିଂହ – ଗୁଣଯୁକ୍ତ ଓ ସମ୍ମାନିତ ହୋଇପାରନ୍ତି । ଭଲ ଆୟ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ଏବଂ ଧନବାନ୍ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

କନ୍ୟା – ଶତ୍ରୁତାର ଅବସାନ ପାଇଁ ଅଧିକ ଖର୍ଚ୍ଚ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ । ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି । ଶ୍ରେଷ୍ଠ ମାନ୍ୟତା ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ତୁଳା – ଆୟ ହେବ, ମାତ୍ର ପରିମାଣ ସ୍ୱଳ୍ପ ହୋଇପାରେ । ସରକାରଙ୍କ କୃପା ପାତ୍ର ହୋଇପାରନ୍ତି । ଲୋକ ସଂପର୍କ ବୃଦ୍ଧି ହେବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ବିଛା – ଆୟ ପରିମାଣ ବୃଦ୍ଧି ପାଇପାରେ । ମାନ-ସମ୍ମାନ ଓ ମର୍ଯ୍ୟାଦାଯୁକ୍ତ ହୋଇପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ଧନୁ – ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି । ଉନ୍ନତ ମାର୍ଗରେ ଆଗକୁ ବଢିବେ । ଚାଲୁ ରହିଥିବା କାର୍ଯ୍ୟର ସ୍ଥିତି ଅନୁକୂଳ ରହିଛି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ମକର – ଶାରୀରିକ କ୍ଳେଶ ଉପୁଜି ପାରେ । ମାନସିକ ଅଶାନ୍ତିର ବାତାବରଣ ଦେଖା ଦେବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଅଷ୍ଟମ ଚନ୍ଦ୍ର ଯୋଗୁ , ଯୁଗ୍ମ ବ୍ୟବସାୟ ପ୍ରତି ସତର୍କ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

କୁମ୍ଭ – ସୌଜନ୍ୟତା ପ୍ରକାଶ ପାଇବ । ଆର୍ଥିକ ସ୍ଥିତିରେ ସୁଚ୍ଛଳତା ଦେଖା ଦେବ । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଅଧିକ ତତ୍ପରତା ପ୍ରକାଶ ପାଇବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ମୀନ – କର୍ତ୍ତବ୍ୟପରାୟଣ ହେବେ । ସ୍ଥିତି ଅନୁକୂଳ ରହିଛି । ଶତ୍ରୁ ଦମନ କରି ନିଜର ସ୍ଥିତିକୁ ଦୃଢ କରିପାରନ୍ତି । ଚାକିରି କ୍ଷେତ୍ରରେ ଢେର ସୁନାମ ଅର୍ଜନ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.