ମେ’ ୩୧ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 31, 2020 IST

ମେଷ – ଆଜି ରୋହିଣୀ ନକ୍ଷତ୍ରସ୍ଥ ଶନିଙ୍କ ଯୋଗୁ ଅନୁକୂଳତା ରହିବା ବେଳେ ଅପରାହ୍ନରେ ପରିସ୍ଥିତି ବଦଳିଯିବ । ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପିଲାଙ୍କ କଥାକୁ ନେଇ ମାନସିକ ସ୍ଥିତି ବିପନ୍ନ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ବୃଷ – ବୁଧ ଶତଭିକ୍ଷା ନକ୍ଷତ୍ରରେ ଥିବାରୁ ଆପଣଙ୍କ ଭୁଲ୍ ନିଷ୍ପତ୍ତି, କାମରେ ଦ୍ୱନ୍ଦ୍ୱ, ପରିବାରରେ ଅଶାନ୍ତି ସୃଷ୍ଟି କରିବ । ଇଚ୍ଛା ନ ଥିଲେ ମଧ୍ୟ ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ମିଥୁନ – ପାରିବାରିକ କଳହ କାରଣରୁ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଅଥୟ ରହିବ । ଶୁକ୍ରଙ୍କ ପ୍ରଭାବରେ ଆଜି ମନୋରଞ୍ଜନ ପ୍ରୀତିପ୍ରଦ ହେବା ସାଙ୍ଗକୁ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

କର୍କଟ – ଚନ୍ଦ୍ର ପାପଗ୍ରହ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ବିଭିନ୍ନ ପ୍ରକାରର ନକାରାତ୍ମକ ଭାବନା ମନକୁ ବିଷାକ୍ତ କରିପାରେ । ବହୁ ପୂର୍ବରୁ ଚିନ୍ତା କରିଥିବା ବା ଗତକାଲିର ଯୋଜନା ଠିକ୍ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ସିଂହ – ରବି ଓ ଶୁକ୍ରଙ୍କ ସ୍ଥିତି ବିଷମତା ଯୋଗୁ ପରିସ୍ଥିତିର ଭାରସାମ୍ୟ ରକ୍ଷା କରିବାକୁ ମିଥ୍ୟାଳାପ କରିବାକୁ ପଡିପାରେ । ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍ ଧାରଣା ପୋଷଣ କରିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

କନ୍ୟା – କର୍ମସ୍ଥ ରାହୁ ପ୍ରଭାବରେ ଆଜି କଳେ ବଳେ କୌଶଳେ ସମସ୍ୟା ସମାଧାନ ସାଙ୍ଗକୁ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । ଯିଏ ଯେତେ ପ୍ରକାରର ଶତ୍ରୁତା କଲେ ମଧ୍ୟ କିଏ କିଛି କରିପାରିବେ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ତୁଳା – ଆଜି କର୍ମାଧିପ ଚନ୍ଦ୍ର ସ୍ୱଗୃହରେ ଅବସ୍ଥାନ କରୁଥିବାରୁ ଆପଣଙ୍କ ସକାଶେ ଏକ ସ୍ମରଣୀୟ ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି କିଛି ଅସୁବିଧା ପରିଲକ୍ଷିତ ହୁଏ ତାହା ନିଜ ଦୋଷରୁ ହିଁ ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବିଛା – ଶୁକ୍ର ଓ ରବିଙ୍କ ସଂଯୋଗରୁ ଆଜି ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟା ପାଲଟ ହୋଇଯାଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ଧନୁ – ସତର୍କତାର ସହ କାମ କରନ୍ତୁ ଅଥବା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ମତାନ୍ତରଜନିତ ପାରିବାରିକ ସ୍ତରରେ ଟେନସନ୍ କିଛି ମାତ୍ରାରେ ବଢିଯିବାର ସୂଚନା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ମକର – ଆଜି ଚତୁର୍ଥାଧିପତି ଧନଭାବସ୍ଥ ହୋଇ ଉଚ୍ଚାଂଶରେ ରହିଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । କୌଣସି ପରିସ୍ଥିତିରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

କୁମ୍ଭ – ବନ୍ଧୁମାନଙ୍କୁ ସାହାର୍ଯ୍ୟ ସହ-ଯୋଗ ପ୍ରଦାନ କରି ଆତ୍ମତୃପ୍ତି ଲାଭ କରିପାରନ୍ତି । ସଭା ସମିତିରେ, ବନ୍ଧୁ ଗହଣରେ ଗାମ୍ଭୀର୍ଯ୍ୟ ରକ୍ଷା କଲେ ତାହା ହିଁ ବ୍ୟକ୍ତିତ୍ୱ ବିକଶରେ ସହାୟକ ହୋଇପାରିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୫ ।

ମୀନ – ମଧୁର ବ୍ୟବହାର ଦ୍ୱାରା ବନ୍ଧୁମାନଙ୍କୁ ଆପ୍ୟାୟିତ କରି ପ୍ରଶଂସିତ ହେବେ । ବୃହସ୍ପତି ଦୁର୍ବଳତାରୁ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ଏବଂ ମାନସିକ ସ୍ତରରେ ଦୁର୍ଭାବନା ବଢିଚାଲିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.