ମେ’ ୨୯ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 29, 2020 IST

ମେଷ – ପରିଶ୍ରମର ମୂଲ୍ୟ ମିଳିବ। ଜନବଲ୍ଲଭ ବ୍ୟକ୍ତିଭାବେ ପ୍ରଭାବ ବିସ୍ତାର କରିପାରନ୍ତି । ନୀତି-ନିୟମାନୁସାରେ କାର୍ଯ୍ୟ ସଂପାଦନ କରିବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ବୃଷ – ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ବିଦ୍ୟା ଆରୋହଣ ଆବଶ୍ୟକ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଅଶାନ୍ତିର ମାତ୍ରା କମିବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ମିଥୁନ – ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ରହିବ । ବିଦ୍ୟା ଲାଭର ସୂଚନା ମିଳୁଛି । ତ୍ୟାଗପୂତ ମନୋଭାବ ସଂପନ୍ନ ହୋଇପାରନ୍ତି । ଜଣେ ନୀତିନିଷ୍ଠ ବ୍ୟକ୍ତି ଭାବେ ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ର୍କଟ – ବିଭିନ୍ନ ଦିଗରୁ ବିଦ୍ୟା ଲାଭର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତ ହେବ । ନୂଆ ବନ୍ଧୁ ଜୁଟିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ – ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ବିନୀତ ସ୍ୱଭାବର ହୋଇପାରନ୍ତି । ଗୁଣବାନ୍ ଓ ବହୁ ବିଦ୍ୟା ପାରଙ୍ଗମ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କନ୍ୟା – ଜ୍ଞାନଗରିମା ପାଇଁ ସମ୍ମାନିତ ହୋଇପାରନ୍ତି । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ଲାଭ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ତୁଳା – ମିଳିଥିବା କର୍ମ ସଂସ୍ଥାନକୁ ହାତଛଡା କରନ୍ତୁ ନାହିଁ । ପରୋପକାରୀ ହୋଇପାରନ୍ତି । ସୁସମ୍ବାଦ ପାଇ ଭାବବିହ୍ୱଳ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ବିଛା – ଧୀରେ ସୁସ୍ଥେ କାର୍ଯ୍ୟରେ ଆଗକୁ ବଢିବେ । ସେବା-ପୂଜାରେ ମନୋନିବେଶ କରିପାରନ୍ତି । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ । ପ୍ରବଚନରେ ଶୁଣିବାକୁ ମନ ବଳାଇ ପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

ଧନୁ – ମାର୍ଗ କଣ୍ଟକିତ ଥିବାରୁ ସତର୍କତାର ସହ ପଦ ଚାଳନା କରିବାକୁ ପଡିବ । ସ୍ୱାଭିମାନୀ ଓ ସୁଗୁଣ ସମ୍ପନ୍ନ ହେବେ । ଶୁଭ କାର୍ଯ୍ୟ ପାଇଁ ପ୍ରତିକୂଳ ପରିସ୍ଥିତି ନୁହେଁ । ରୁଚିକର ଭୋଜନ ପାଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମକର – କାର୍ଯ୍ୟରେ ପଶ୍ଚାତ୍‌ପଦ ହେବାର ପ୍ରଶ୍ନ ଉଠୁ ନାହିଁ । ବନ୍ଧୁ ସହାୟତା ପାଇ ଆଗକୁ ବଢିପାରନ୍ତି । ସୁଖକର ଘଟଣାମାନ ଘଟିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

କୁମ୍ଭ – ଯେକୌଣସି ଉପାୟରେ ଆଗକୁ ବଢିବେ । ପ୍ରତିଶୋଧପରାୟଣ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଆଶ୍ୱସ୍ତ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ମୀନ – ବିଶ୍ୱାସ ଘାତକଙ୍କୁ କ୍ଷମା ଦେବେ ନାହିଁ । ଉପାଦେୟ ପୁସ୍ତକ ପଢିବାରେ ସମୟ ବିତାଇ ପାରନ୍ତି । ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.