Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

୧୫ ନଭେମ୍ବର, ଗୁରୁବାର

15/11/2018 at 9:31 AM

ମେଷ – ଚାହୁଁଥିବା ସହାୟତା ମିଳିପାରେ । ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ ।

ବୃଷ – କେତେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶାରିରୀକ ପୀଡା ଉପୁଜି ପାରେ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି ।

ମିଥୁନ – ଆୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବେ । ବନ୍ଧୁ ମିଳନ ଶୁଭ ଫଳଦାୟକ ହେବ । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି ।

କର୍କଟ- ପାରିବାରିକ ସୁଖ ମିଳିବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଚିନ୍ତାଧାରା ଉଚ୍ଚ କୋଟୀର ହେବ । ପ୍ରୀତିଭୋଜନ ମିଳିପାରେ ।

ସିଂହ – ପରିବେଶ ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଈର୍ଷା ପରାୟଣ ହୋଇପାରନ୍ତି ।

କନ୍ୟା – ପରିସ୍ଥିତି ଆୟତ୍ତାଧୀନ ହେବ । କଳହ ଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଠ ହେବ ନାହିଁ ।

ତୁଳା – କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ ।

ବିଛା – ହର୍ଷ ଉଲ୍ଲାସ ମଧ୍ୟରେ ଦିନ ବିତାଇ ପାରନ୍ତି । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ନୈତିକତା ବଜାୟ ରଖିବେ । ପାରିବାରିକ ସୁଖ ଅବ୍ୟାହତ ରହିବ ।

ଧନୁ – ବହୁ ଶୁଭ ଫଳ ଆଶା କରାଯାଏ । ଶ୍ରୀ ଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୁପ ହେବ ।

ମକର – ଧନ ଲାଭ ହେବାର ସୂଚନା ମିଳିଥିବା ବେଳେ ଖର୍ଚ୍ଚାନ୍ତ ଯୋଗ ଅଛି । ବିଶିଷ୍ଟ ଓ ଧାର୍ମିକ ଲୋକମାନଙ୍କ ସାନ୍ନିଧ୍ୟ ମିଳିବ । ସ୍ୱଭିମାନୀ ହେବେ ।

କୁମ୍ଭ – ବହୁ ଉନ୍ନତିକର କାର୍ଯ୍ୟକ୍ରମରେ ଜଡିତ ହୋଇ କୃତକାର୍ଯ୍ୟ ହେବେ । ନାନା ସୁଖ ଉପଭୋଗ କରିବା ସହିତ ବିଶାଳ ଯଶର ଅଧିକାରି ହେବେ ।

ମୀନ – କାର୍ଯ୍ୟ ଧାରା ଆନନ୍ଦ ଦାୟକ ହେବ । ଧର୍ମ କାର୍ଯ୍ୟରେ ନିୟୋଜିତ କରିପାରନ୍ତି । ମନସ୍କାମନା ପୂର୍ଣ୍ଣ ହେବ । ଆମୋଦ ପ୍ରମୋଦ ସହିତ ବିଳାସ ବ୍ୟସନରେ ସୁଯୋଗ ସୃଷ୍ଟି ହୋଇଛି ।

   Related Posts