Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ମେ’ ୨୬ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

26/05/2020 at 6:40 AM

ମେଷ – ବନ୍ଧୁ ମିଳନ ଶୁଭ ଫଳଦାୟକ ହେବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଭ୍ରମଣ ଜନିତ ସୁଖ ମିଳିଲେବି ଆପଣ ଯାଇପାରିବେ ନାହିଁ । ବିଦ୍ୟା ପ୍ରତି ମନ ବଳାଇବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ବୃଷ – ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି । କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ମାନ୍ୟତା ପ୍ରାପ୍ତ ଓ ସଙ୍ଗୀତ ପ୍ରିୟ ହେବେ । ବିଭିନ୍ନ ସ୍ତରରୁ ଧନ କ୍ଷୟ ହେତୁ ଚିନ୍ତିତ ରହିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମିଥୁନ – ଆଳସ୍ୟ ଅନୁଭବ କରିବେ । ଶ୍ରେଷ୍ଠ ମାନ୍ୟତା ମିଳିପାରେ, ମାତ୍ର ପୁଣ୍ୟ ସହିତ ଧନକ୍ଷୟ ହେବାର ସୂଚନା ମିଳୁଛି । ସ୍ୱାସ୍ଥ୍ୟ ଅତୁଟ ରହିବ । ପିଲାମାନଙ୍କୁ ବିଦ୍ୟା ପ୍ରତି ପ୍ରୋତ୍ସାହନ କରାନ୍ତୁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

କର୍କଟ – ସମ୍ମାନିତ ହେବେ । ନୀତିନିଷ୍ଠ ଓ ମାନ୍ୟତା ପ୍ରାପ୍ତି ହୋଇପାରନ୍ତି । ବ୍ୟବସାୟରେ, ବଡ ଲୋକଙ୍କ କଥା ଶୁଣି ନେବା ଉଚିତ୍ । ଶତ୍ରୁ କୁ ପରାସ୍ତ କରି ବିଜ୍ଞତାର ପରିଚୟ ଦେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ସିଂହ – ଧନ-ଜନ-ଗୋପ- ଲକ୍ଷ୍ମୀ ପାଇବା କଷ୍ଟ କର ହେବ । ବହୁ ବିଦ୍ୟାରେ ପାରଙ୍ଗମ ହୋଇପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ଓ ଗୁଣଜ୍ଞ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

କନ୍ୟା – ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଭାଗ୍ୟବାନ୍ ଓ ଜିତେନ୍ଦ୍ରିୟ ଉଦୟ ପାଇଁ ବିଦ୍ୟା ଆରୋହଣ କରିବେ । ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ତୁଳା – ଧନ-ସମ୍ପଦ ମିଳିବାର ସୁଯୋଗ ଅଛି । ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ । ବନ୍ଧୁଙ୍କ ଉପରେ ବିପଦ ଅଛି । ବାହୁରେ ପୀଡା ଉପୁଜି ପାରେ । ପିଲାମାନଙ୍କ ବିଦ୍ୟାରେ ମନ ଲାଗିବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ବିଛା – ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଅଧିକା ମିଷ୍ଟାନ୍ନ ଭୋଜନ କ୍ଷତି କାରକ ହେବ । ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ଧନୁ – ମନରେ ପ୍ରସନ୍ନତା ଦେଖା ଦେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କୃଷିରୁ ଲାଭ ମିଳିପାରେ । କାର୍ଯ୍ୟ କରିବାରେ ବାଧା ଆସିପାରେ । ସୁଭାଷୀ ଓ ସୁମିତ୍ରଯୁକ୍ତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ମକର – ସତ୍ୟନିଷ୍ଠ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ବିଦ୍ୟା ଆପଣଙ୍କ ବ୍ୟବସାୟ ପାଇଁ ଲାଭ ହେବ । ପାରିବାରିକ ସୁଖ ମିଳିବ । ଛଳନା ପୂର୍ବକ କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

କୁମ୍ଭ – ସୁଭାଷୀ ଓ ସୁ ବିଦ୍ୟାଯୁକ୍ତ ହୋଇପାରନ୍ତି । ଉତ୍ତମ ବିଦ୍ୟା ପାଇ ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ନିଜ ଜିଦ୍ ରେ ଅଟଳ ରହିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ମୀନ – ବିଦ୍ୟା ଲାଭ ହେବାର ସୂଚନା ମିଳୁଛି । ସତ୍‌-କର୍ମରେ କାର୍ଯ୍ୟ କରନ୍ତୁ ନିଶ୍ଚିତ କାର୍ଯ୍ୟରେ ଲାଭ ପାଇବେ । କୃଷି କର୍ମରେ ତତ୍ପର ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

   Related Posts