Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ମେ’ ୨୨ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

22/05/2020 at 6:34 AM

ମେଷ – ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ । ଘାତଚନ୍ଦ୍ର ଥାଇବି କୌଣସି କ୍ଷୟ-କ୍ଷତିର ପ୍ରଶ୍ନ ଉଠୁ ନାହିଁ । ଧନଯୁକ୍ତ ହେବେ । ଉପାର୍ଜନ ଉଣା ହେବ ନାହିଁ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ବୃଷ – ଶୁଭ କାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୁଯୋଗ ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ମିଥୁନ – ଧନାଗମର ସୁଯୋଗ ସୃଷ୍ଟି ହୋଇଛି । ନାନାବିଧ ସମ୍ମାନର ଅଧିକାରୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଆନନ୍ଦ ଉପ-ଭୋଗ କରିବେ । ଅପାର ଗୁଣର ଅଧିକାରୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

କର୍କଟ – ବିଭିନ୍ନ ସ୍ତରରେ ସମ୍ମାନିତ ହେବେ ନୈତିକ ବଳରେ ବଳୀୟାନ୍ ହୋଇପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୌଭାଗ୍ୟ ଅଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ସିଂହ – ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କନ୍ୟା – କାର୍ଯ୍ୟଟି ଯେପରି ହାତରୁ ଖସି ନ ଯାଏ । ସେଥିପ୍ରତି ଯତଃବାନ୍ ହେବାକୁ ପଡିବ । ସାମାନ୍ୟ ଶାରୀରିକ ପୀଡା ଅନୁଭବ କରିପାରନ୍ତି । ଶତ୍ରୁଭାବ ସୃଷ୍ଟି ହୋଇପାରେ, ମାତ୍ର ଅନିଷ୍ଠ ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ତୁଳା – ବନ୍ଧୁ ସହାୟତା ପାଇ ଲାଗି ରହିଥିବା ଝାମେଲାର ଅନ୍ତ ଘଟାଇ ପାରନ୍ତି । ଆନନ୍ଦ ଉତ୍ସବରେ ସମୟ ଅତିବାହିତ ହୋଇପାରେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ବିଛା – ଶତ୍ରୁର ଉପସ୍ଥିତି ନେଇ ପ୍ରତିକାର ପାଇଁ ତତ୍ପର ହେବେ । ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ରାଜପୂଜା ମିଳିବ । ଯାନବାହନଯୁକ୍ତ ଓ ନଗର ବା ଗ୍ରାମାଧୀଶ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ଧନୁ – ପ୍ରତାରକମାନେ ତାଙ୍କ କୁ କାର୍ଯ୍ୟରୁ ଓହରି ଯିବାକୁ ବାଧ୍ୟ ହେବେ । ସେମାନଙ୍କୁ ଆପଣଙ୍କ କାର୍ଯ୍ୟକଳାପ ବିସ୍ମିତ କରିପାରେ । ବ୍ୟବସାୟରୁ ଅଧିକ ଲାଭ ମିଳିବ । ବିତ୍ତଶାଳୀ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

ମକର – ବନ୍ଧୁଙ୍କ ସହିତ ଅତିମାତ୍ରାରେ ସଂପର୍କ ବୃଦ୍ଧି କାରଣରୁ ଗୌରବହୀନ ହୋଇପାରନ୍ତି । ନିଜକୁ କଳହମୁକ୍ତ ରଖିବାକୁ ଉଦ୍ୟମ ଜାରି ରଖିବେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

କୁମ୍ଭ – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ବହନ କରିପାରନ୍ତି । ସାଧନାରେ ସିଦ୍ଧି ଲାଭ କରିବେ । ଆଶା ଫଳବତୀ ହେବ । ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ମିଳିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମୀନ – ସାମୟିକ ଭାବେ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

   Related Posts