ମେ’ ୧୯ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 19, 2020 IST

ମେଷ – ଯାତ୍ରା ପାଇଁ ମାର୍ଗ ଉନ୍ମକ୍ତ ରହିଛି । ଧର୍ମ-କର୍ମ ସଂପାଦନ କରିପାରନ୍ତି । ପାରିବାରିକ ସୁଖ ମିଳିବ । ଖର୍ଚ୍ଚାନ୍ତ ହେବେ । ଗୃହ ପରିବେଶ ସୁଖ ଦାୟକ ହେବ । ଧନ ଓ ମିତ୍ରଯୁକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ବୃଷ – ଲାଭବାନ୍ ହେବେ । ଶତ୍ରୁ ଦମନ କରିପାରନ୍ତି । ଚିନ୍ତାଧାରା ମହତ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ମାନ୍ୟତାପ୍ରାପ୍ତ ହୋଇପାରନ୍ତି । ସରକାର କୃପା ପାତ୍ର ହେବେ । ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୩ ।

ମିଥୁନ – ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ତେଜୀୟାନ୍ ହେବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

କର୍କଟ – ସେବା -ପୂଜାରେ ନିମଗ୍ନ ହୋଇପାରନ୍ତି । ଶାସ୍ତ୍ର ପ୍ରତି ଅନୁରକ୍ତି ବୃଦ୍ଧି ହେବ । ଜଣେ ବିଜ୍ଞ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହେବେ । ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ସିଂହ – ବୁଝି-ବିଚାରି କାର୍ଯ୍ୟ କଲେ ପ୍ରମାଦହୀନ ହେବେ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ହାନି ପାଇଁ ଚିନ୍ତିତ ହେବେ । ଖଳ ଲୋକଙ୍କ ସାଙ୍ଗ ପରିତ୍ୟାଗ ନ କଲେ ଅସୁବିଧାରେ ପଡିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

କନ୍ୟା – ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଦେବଦର୍ଶନର ସୁଯୋଗ ସୃଷ୍ଟି ହୋଇଛି । ଭାଗ୍ୟଶାଳୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ତୁଳା – କାର୍ଯ୍ୟରେ ଅଗ୍ରଗତି ଘଟିବ । ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସାଧନାରେ ସିଦ୍ଧିପ୍ରାପ୍ତ ହେବ । ଶତ୍ରୁ ବିନାଶ କରିବାରେ ପୁରାପୁରି ସକ୍ଷମ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ୩ ।

ବିଛା – ଯୋଗାଯୋଗରେ ପରିବର୍ତ୍ତନ ଘଟିବ । ବିଳମ୍ବରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଧନ-ସମ୍ପତ୍ତି ଲାଭ ହୋଇପାରେ । ଚାକିରି କ୍ଷେତ୍ରରେ ସ୍ଥିରତା ଦେଖା ଦେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ଧନୁ – ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । କୃଷିକ୍ଷେତ୍ରରୁ ଲାଭ ଆସିପାରେ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ଉତ୍ତମମାନର ହେବ । ସାମାନ୍ୟ ଶୁଭ ଯୋଗ ଅଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ମକର – ଯାତ୍ରା ପଥ କୁସୁମିତ ହେବ । ମନୋବଳ ଦୃଢ ରହିବ । ଆମୋଦ-ପ୍ରମୋଦ ଓ ବିଳାସ-ବ୍ୟସନ କରିପାରନ୍ତି । ବୁଦ୍ଧିଚାଳନା କରି କା୍‌୭୍ୟ ହାସଲ କରିବେ ଓ ଅର୍ଥ ସଞ୍ଚୟ କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।

କୁମ୍ଭ – ଅତ୍ୟଧିକ ପରିଶ୍ରମ ପାଇଁ କିଛି ସମୟ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିବ । ପୌରୁଷପଣିଆ ଜାହିର କରିବାରେ ସକ୍ଷମ ଓ ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

ମୀନ – ଯୋଗାଯୋଗ ଶୁଭ ଫଳ ଦାୟକ ହେବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ଧନବାନ୍ ଓ ଗୁଣଯୁକ୍ତ ଏବଂ ଉପାର୍ଜନକାରୀ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.