ମେ’ ୧୮ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 18, 2020 IST

ମେଷ – ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌- କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ବୃଷ – ଅତୀତ ସମସ୍ୟାକୁ ନେଇ ବ୍ୟସ୍ତତା ବଢି ଯାଇପାରେ । ସୁସମ୍ବାଦ ମିଳିପାରେ । କର୍ମକ୍ଷେତ୍ରକୁ ନିଜ ବୁଦ୍ଧି ବଳରେ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେଇପାରେ । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମିଥୁନ - ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତା ସଦ୍‌-ବ୍ୟବହାର କରି ଜନ ସଚେତନତା ସୃଷ୍ଟି କରିବେ । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

କର୍କଟ – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଶୁଭ କାର୍ଯ୍ୟ ବର୍ଜନୀୟ । ଶତ୍ରୁନାଶ କରିବାରେ ସକ୍ଷମ ସହ ପଶୁ ଧନାଯୁକ୍ତ ହେବେ । ନୀରୋଗ ରହିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ସିଂହ – ଲାଗି ରହିଥିବା ବିବାଦର ସୁସମାଧାନ ହୋଇପାରେ । ସୁଖକର ଘଟଣା ମାନ ଘଟିବ । କାର୍ଯ୍ୟରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

କନ୍ୟା – ଦୁଃସାହସିକ ପଦକ୍ଷେପ ନେବେ । ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହେବେ । ଦିନ ସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ କାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ତୁଳା – କାର୍ଯ୍ୟରେ ତରବର ନ ହୋଇ ପ୍ରତୀକ୍ଷା କଲେ ସଫଳତା ଲାଭ କରିବେ । ଅର୍ଥ ପ୍ରାପ୍ତିର ସନ୍ଦେହ ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । ଗୃହ ପରିବେଶ ଶାନ୍ତ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବିଛା – କାର୍ଯ୍ୟକ୍ଷେତ୍ରରେ ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ଓ କର୍ମଠ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ଧନୁ – ଆଦରି ଥିବା କାର୍ଯ୍ୟରେ ସଫଳତା ଲାଭ କରିବେ । ଦୃଢ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ମକର – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ସାମାନ୍ୟ ପରିମାଣର ଅର୍ଥାଗମ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

କୁମ୍ଭ - ପରିବାର ଓ ଜନସାଧାରଣଙ୍କ କଲ୍ୟାଣଭାଜନ ହେବେ । ସୁଖ-ସନ୍ତୋଷ ଲାଭ କରିବେ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ପାଇବେ । ରୁଚିକର ଭୋଜନ ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ମୀନ - ଶୁଭ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ବିବାଦୀୟ ବିତର୍କରେ ଭାଗ ନେଇ ନୀରବ ଦର୍ଶକ ହୋଇପାରନ୍ତି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.