୭ ନଭେମ୍ବର, ବୁଧବାର

Published By : Prameya-News7 Bureau | November 07, 2018 IST

ମେଷ – ସୁସମ୍ବାଦ ପ୍ରାପ୍ତ ହେବ । ସଫଳତା ମିଳିବ । ପାରିବାରିକ ଶାନ୍ତି ଲାଭ ହେବ । ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ । ପ୍ରତୀକ୍ଷାର ଅନ୍ତଃ ଘଟିବ । ବୃଷ – ଅଯଥା କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ସମସ୍ୟାରେ ପଡିପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ ହେବ । ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ କାଭ କରିବେ । ମିଥୁନ - ଶୁଭ ଖବର ପ୍ରାପ୍ତ ହେବ । ବନ୍ଧୁବାନ୍ଧବଙ୍କ ମେଳାରେ ସମୟ କଟାଇବେ । ଦେବଦର୍ଶନରେ ଆତ୍ମସନ୍ତୋଷ ଲାଭ ହେବ । ବିଦ୍ୟାର୍ଥିମାନେ ସଫଳତା ଲାଭ କରିବେ । କର୍କଟ- ସ୍ପଷ୍ଟବାଦୀ ହେବେ । ଦୁର୍ଘଟଣା ଗ୍ରସ୍ତ ହେବାର ସମ୍ଭାବନା ରହିଛି, ତେଣୁ ଯାତ୍ରା ନ କଲେ ଭଲ । ପଡୋଶୀଙ୍କ ସହିତ କଳହ ସୃଷ୍ଟି ହୋଇପାରେ । ସିଂହ – ଯେଉଁପରି କର୍ମ କରିବେ, ସେପରି ଫଳ ପ୍ରାପ୍ତ ହେବ । ସନ୍ତାନହେତୁକ ସମସ୍ୟା ଦୂରୀଭୂତ ହେବ । ମହିଳା ଓ ବିଦ୍ୟାର୍ଥୀ ଆତ୍ମସନ୍ତୋଷ ଲାଭ କରିବେ । କନ୍ୟା – ଜମିବାଡି ଗଣ୍ଡଗୋଳ ଦେଖାଦେଇପାରେ । ଧୈର୍ଯ୍ୟର ସହ କାର୍ଯ୍ୟ କରିବେ । ସଫଳତା ଲାଭ ହେବ । ଶାସ୍ତ୍ର ଆଲୋଚନାରେ ସମୟ ଅତିବାହିତ କରିବେ । ତୁଳା – ବୁଝିବିଚାରି କାର୍ଯ୍ୟ କଲେ ବିପଦକୁ ଏଡାଇଯିବେ । କାର୍ଯ୍ୟକ୍ଷେତ୍ରରେ ବିଘ୍ନ ସୃଷ୍ଟି ହୋଇପାରେ । ଅସୁସ୍ଥତା ଦେଖାଦେବ । କର୍ମକ୍ଷେତ୍ରରେ ଲାଭବାନ ହେବେ । ବିଛା – ଚିଡଚିଡା ସ୍ୱଭାବର ପରିଲକ୍ଷିତ ହେବ । ନିଜ ଯୋଜନାରେ ସଫଳ ରୂପାୟନ ପାଇଁ କାର୍ଯ୍ୟ କରିବେ । ସଫଳତା ଲାଭ ହେବ । ଧନୁ – କର୍ମକ୍ଷେତ୍ର ଓ ବ୍ୟବସାୟରେ ସଫଳତା ଲାଭ କରିବେ । ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ । ନୂତନ ଯାନବାହନ କିଣି ପାରନ୍ତି । ମକର – ପାରିବାରିକ କଳହ ସୃଷ୍ଟି ହୋଇପାରେ । ଶାରିରୀକ ଅସୁସ୍ଥତା ଦେଖା ଦେବ । ପିଲାଙ୍କୁ ନେଇ ସମସ୍ୟା ସୃଷ୍ଟି ହେବ । ପ୍ରତିଯୋଗିତାରେ ବିଜୟୀ ହୋଇପାରନ୍ତି । କୁମ୍ଭ - ଅଟକିଥିବା କାର୍ଯ୍ୟ ସାରିବାକୁ ପ୍ରୟାସ କରିବେ । ଜମିବାଡି ବ୍ୟବସାୟରୁ ଲାଭବାନ ହେବେ । ଯଶ,ମାନ,ଗୌରବ ଲାଭ ହେବ । ମୀନ - ପଦୋନ୍ନତି ମିଳିପାରେ । ସହକର୍ମୀଙ୍କ ବ୍ୟବାହରରେ ସୁଖି ରହିବେ । ଆୟ ବୃଦ୍ଧି ହେବ । ପରିଶ୍ରମଜନିତ କ୍ଳାନ୍ତି ଅନୁଭୂତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.