ମେ’ ୧୪ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 14, 2020 IST

ମେଷ – ପରିଶ୍ରମର ମୂଲ୍ୟ ଓ ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ବିତ୍ତବାନ୍ ହୋଇପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ସନ୍ମାର୍ଗୀ ହୋଇପାରନ୍ତି । ବ୍ରହ୍ମ ଉପାସକ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ବୃଷ – ଈର୍ଷା ପରାୟଣ ଏବଂ ଶାସ୍ତ୍ରଜ୍ଞ ଭାବେ ସର୍ବପୂଜ୍ୟ ହୋଇପାରନ୍ତି । ଶାରୀରିକ ପୀଡା ଉପୁଜି ପାରେ । ଧନ, ସମ୍ପଦର ଅଧିକାରୀ ଓ ସନ୍ ମାର୍ଗୀ ହେବେ । ଯାନବାହନରେ ସତର୍କ ରହିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ମିଥୁନ – ଅସାଧ୍ୟସାଧନ କରି ପ୍ରଶଂସିତ ଓ ଧୈର୍ଯ୍ୟବାନ୍ ହେବେ । ବନ୍ଧୁ ସହାୟତା ମିଳିପାରେ । ପତ୍ନୀଙ୍କ ଅସୁସ୍ଥତା ନେଇ ଚିନ୍ତିତ ହୋଇପାରନ୍ତି । ଯଶସ୍ୱୀ ସହ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

କର୍କଟ – ଉପକାରୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇ ଆନନ୍ଦ ଅନୁଭବ କରିବେ । ଗଠନ ମୂଳକ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହେବେ । ମାନ-ସମ୍ମାନ ବୃଦ୍ଧି ହେବ । ସରକାରୀ ମାନ୍ୟତା ମିିଳିପାରେ । ସନ୍ତାନ ସୁଖ ମିଳିବାର ଆଶା ଅଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ସିଂହ – ପଢାଲେଖା ପ୍ରତି ଆଗ୍ରହୀ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସାବଧାନତାର ସହ ଚଳିବାକୁ ପଡିବ । ଧର୍ମାସକ୍ତ ଓ ସନ୍ତାନମାନଙ୍କ ପାଇଁ ସୁଖଭୋଗୀ ଏବଂ ମାତୃବର୍ଗ ସହ ବିଷମଭାବାପନ୍ନ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

କନ୍ୟା – ପୁଣ୍ୟ ଅର୍ଜନ କରିପାରନ୍ତି । ସ୍ୱାଭିମାନୀ ଓ ପତ୍ନୀଙ୍କ ଅଭୀଷ୍ଟ ପୂରଣରେ ସକ୍ଷମ ହେବେ । ବହୁ ବ୍ୟକ୍ତି ବିଶେଷଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି । ଅସାଧୁ, ଦୁଷ୍ଟ ପ୍ରକୃତି ଲୋକଙ୍କୁ ଧର୍ମ ଶିକ୍ଷା ଦେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ତୁଳା – ସକଳ ଗୁଣର ଆଧାର ହେବେ । ସୁଖ ମିଳିବ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ଧନଭୋଗ କରିପାରନ୍ତି । ଦୁଃସମ୍ବାଦ ପାଇପାରନ୍ତି । ବାହୁରେ ପୀଡା ଉପୁଜି ପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ବିଛା – ଅର୍ଥ ପ୍ରାପ୍ତି ପାଇଁ ଉତ୍ତମ ଚିନ୍ତନର ବଶବର୍ତ୍ତୀ ହେବେ । ପରିଶ୍ରମ ସଫଳ ହେବ । ସତ୍‌-ସଙ୍ଗରେ ନିଜକୁ ସାମିଲ କରିପାରନ୍ତି । ଧର୍ମକାର୍ଯ୍ୟରେ ମନୋନିବେଶ କରିବେ । ପ୍ରୀତିଲାଭ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ଧନୁ – ବିଭିନ୍ନ ସ୍ତରରୁ ସହ-ଯୋଗର ହାତ ଲମ୍ବି ଆସିବ । କୃଷି କ୍ଷେତ୍ରରୁ ଲାଭବାନ୍ ହୋଇପାରନ୍ତି । ସ୍ୱଳ୍ପ ଆୟର ସୂଚନା ମିଳୁଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସାମାନ୍ୟ ଶୁଭ ଯୋଗ ଥିବାରୁ ଆସୁଥିବା ବିପଦ ଟଳିଯିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମକର – ବ୍ୟୟାଧିକ୍ୟ ହେବାର ସୂଚନା ମିଳୁଛି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଆୟ ଉଣା ହେବ ନାହିଁ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

କୁମ୍ଭ – ଘାତଚନ୍ଦ୍ର ଥାଇବି ଭୟର କୌଣସି କାରଣ ନାହିଁ । ପ୍ରିୟଭାଷୀ, ଧନ ଓ ଯାନବାହନଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମୀନ – କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଗୃହରେ ଶାନ୍ତି ବିରାଜିତ ହେବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ଦେବଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.