Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ’ ୧୨ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

12/05/2020 at 6:40 AM

ମେଷ – ସେବାମୂଳକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତାର ଅଧିକାରୀ ହୋଇ ସ୍‌ଦ-ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୭ ।

ବୃଷ – ଦୃଢ ମନୋବଳ ନେଇ କାର୍ଯ୍ୟ କଲେ ସଫଳତା ଲାଭ କରିବେ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ନିଅଣ୍ଟିଆ ପରିସ୍ଥିତି ଉପୁଜି ପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧।

ମିଥୁନ – ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ସୁଯୋଗ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

କର୍କଟ – ଶତ୍ରୁର କାର୍ଯ୍ୟ କଳା ପରେ କ୍ରୋଧିତ ହେବେ । ପ୍ରତିଶୋଧ ପରାୟଣ ହୋଇପାରନ୍ତି । ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଭାବ ବିହ୍ୱଳ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ସିଂହ – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ବିଭିନ୍ନ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

କନ୍ୟା – ଉପୁଜିଥିବା ବାଦାନୁବାଦର ଆଶୁ ସମାଧାନ କରିବାରେ ସକ୍ଷମ ହେବେ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । କୃଷି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ ଚଳାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ତୁଳା – ସାମାଜିକ କ୍ଷେତ୍ରରେ ଓ କାର୍ଯ୍ୟାଳୟରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ କରିବାରେ ସିଦ୍ଧହସ୍ତ ହେବେ । ଠାକୁରଙ୍କ ଦର୍ଶନ ଲାଭ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ବିଛା – ଆକସ୍ମିକ ସମସ୍ୟାର ଅଶୁ ସମାଧାନ କରି ଆଶ୍ୱସ୍ତ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ନିର୍ଲୋଭ ହେବେ । ନୀତିନିଷ୍ଠ ବ୍ୟକ୍ତି ଭାବେ ସାମାଜିକ ଚଳଣିରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ଧନୁ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଉତ୍ତମ ଧରଣର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ଏବଂ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମକର – ସ୍ୱାଧୀନଚେତା ହୋଇପାରନ୍ତି । ଦ୍ରବ୍ୟ ଲାଭର ସୁଯୋଗ ଅଛି । ଶୁଭ କାର୍ଯ୍ୟରେ ଖର୍ଚ୍ଚ ବୃଦ୍ଧି ପାଇବ । ବିବାଦୀୟ ବିତର୍କରେ ଭାବ ନ ନେଇ ନୀରବ ଦର୍ଶକ ସାଜିବା ଭଲ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

କୁମ୍ଭ – ଶୁଭଖବର ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ସ୍ନେହ, ଶ୍ରଦ୍ଧା ଲାଭ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ମୀନ – ସାରା ଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିବାରେ ସକ୍ଷମ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ସରକାରୀ କୃପା ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

   Related Posts