ମେ’ ୧୦ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 10, 2020 IST

ମେଷ – ଆଜିର ଗ୍ରହସ୍ଥିତି ଆପଣଙ୍କ ପାଇଁ ଦୁର୍ଲଭ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ତିଧ୍ୟ ଲାଭ, ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ୍ ହେବା ସଙ୍ଗକୁ ସତ୍ ସଙ୍ଗ ମଧ୍ୟ କରିପାରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ବୃଷ – ଶୁକ୍ର ପ୍ରଭାବରେ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସଙ୍ଗକୁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ଘଟିବ । ମଙ୍ଗଳ ଉଚ୍ଚସ୍ଥ କାରଣରୁ ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ମିଥୁନ – ସକାଳୁ ସକାଳୁ ଦୂର ଯାତ୍ରା କରିବାକୁ ପଡିପାରେ । ବାକି ରହିଥିବା ଟଙ୍କା ପାଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ । ସାହାର୍ଯ୍ୟକାରୀ ମନୋଭାବ କାରଣରୁ ଆତ୍ମୀୟମାନଙ୍କ ସୁନଜରରେ ଆସିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କର୍କଟ – ଚନ୍ଦ୍ରଙ୍କ ଯୋଗୁ ଆଜି ସକାଳ ସମୟଟି ବହୁତ ଭଲରେ କଟିବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ । ପ୍ରଶାସନ,ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ସିଂହ – ବିଭିନ୍ନ ପ୍ରକାରର ସମସ୍ୟା ଜାଲରେ ଛନ୍ଦି ହୋଇ ମାନସିକ ସନ୍ତୁଳନ ହରାଇବେ । ଆର୍ଥିକ ସ୍ୱଚ୍ଛଳତା ରହିଥିଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହେବ । ମନୋରଞ୍ଜନ ଓ ସଭା ସମିତିରେ ସଫଳତା ଅର୍ଜନ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କନ୍ୟା – ଦୁଃସ୍ଥାନସ୍ଥ ବୁଧ ଜନିତ କର୍ମକ୍ଷେତ୍ରରେ କାମଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁମାନେ ସହ-ଯୋଗ କରିବାର ପ୍ରତିଶ୍ରୁତି ଦେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ତୁଳା – ତୃତୀୟାଧିପ ବଳହୀନ ଯୋଗୁଁ ପୂର୍ବରୁ କଥା ଦେଇଥିବା ନିଜ ଲୋକମାନଙ୍କ ଉପରେ ଭରସା କରି ପାରିବେ ନାହିଁ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ କୌଣସି ଅପ୍ରୀତିକର ପରିସ୍ଥିତିରେ ପଡିପାରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ବିଛା – କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କାମ ଗୁଡିକ ବିଶୃଙ୍ଖଳିତ ହୋଇପାରେ । ଅଫିସ୍ କାମରେ ଘଟଣାଗୁଡିକୁ ଅସ୍ୱାଭାବିକ ଭାବେ ଚିନ୍ତା କରିବେ । ଆବଶ୍ୟକତା ପୂରଣ କରିବା ସକାଶେ ଅର୍ଥ ଆଣିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ଧନୁ – ଅତୀତ ଘଟଣା ବିଷୟରେ ଚିନ୍ତା କରି ମନଟା ଅଧିକାଂଶ ସମୟ ଭଲ ଲାଗିବ ନାହିଁ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହା କି ଚିନ୍ତା ବୃଦ୍ଧି କରିବ । ପାରିବାରିକ ସମସ୍ୟା କ୍ଷେତ୍ରରେ ଉତ୍ତମ ଫଳ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ମକର – କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖା ଦେବାର ଆଶଙ୍କା ରହିଛି । ନିଜ ଲୋକମାନଙ୍କୁ ଆପଣେଇ ନେବାର ସମର୍ଥ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

କୁମ୍ଭ – ସମସ୍ୟା ଲାଗି ରହିଥିଲେ ମଧ୍ୟ ପରିବାର ଭିତରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ମୀନ – ବ୍ୟକ୍ତିଗତ ସମସ୍ୟା ରହିଥିଲେ ମଧ୍ୟ ସାମାଜିକ ସ୍ତରରେ ଉନ୍ନତମାନର ଫଳ ପାଇ ଖୁସୀ ରହିବେ । ପୂର୍ବ ବିବାଦର ସମାଧାନ ହେବା ସଙ୍ଗକୁ ଟେନସନ୍ ମଧ୍ୟ କମିଯିବ । ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଶଂସା ପ୍ରାପ୍ତି ଘଟିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.