୬ ନଭେମ୍ବର, ମଙ୍ଗଳବାର

Published By : Prameya-News7 Bureau | November 06, 2018 IST

ମେଷ – କାର୍ଯ୍ୟରେ ଅଗ୍ରଗତି ଘଟିବ । ପ୍ରତିହିଂସା ପରାୟଣ ହୋଇପାରନ୍ତି । ବଦଖର୍ଚ୍ଚୀ ହେବେ । ଚକ୍ଷୁରେ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ବୃଷ – ହାତଛଡା ହୋଇଥିବା କାର୍ଯ୍ୟ ପୁଣି ହାତକୁ ଆସିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନପ୍ରାପ୍ତି ହେବାର ସୂଚନା ମିଳୁଛି । ମିଥୁନ - ଘରୋଇ କାର୍ଯ୍ୟରେ ମନୋନିବେଶ କରିବେ । କଳହ ଠାରୁ ଦୂରେଇ ରହିବେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ନିଜକୁ ନିୟୋଜିତ କରିବେ । କର୍କଟ- ମାନସିକ ସ୍ତରରେ ଦୃଢତା ପ୍ରତିପାଦନ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ସିଂହ – ମନୋବଳ ଦୃଢ ହେବ । ସୌଭାଗ୍ୟଶାଳି ହୋଇପାରନ୍ତି । ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରତିପାଦନ କରିବେ । ମଧୁରଭାଷୀ,ସହନଶୀଳ ଓ ଶାନ୍ତି ପ୍ରିୟ ହେବେ । କନ୍ୟା – ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଆୟ ପରିମାଣ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାଲିମୋକଦ୍ଦମାରେ ଜିଖିବେ । ତୁଳା – କାର୍ଯ୍ୟରେ ସଫଳତା ମିଳିବା କଷ୍ଟପ୍ରଦ ହେବ । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହେବେ । ରାଜଯୋଗ ସୂଚନା ମିଳୁଛି । ବିଛା – କାର୍ଯ୍ୟକ୍ଷେତ୍ରରେ ପୁରୁଣା ପଦ୍ଧତିକୁ ଛାଡି ନୂତନ ଧରଣର ପଦକ୍ଷେପ ନେଇ ପାରନ୍ତି । ଆୟ ଆଶାନୁରୂପକ ହେବ । ସୁସ୍ଥ ଉ ନିରାମୟ ରହିବେ । ଧନୁ – କାର୍ଯ୍ୟ ନିୟନ୍ତ୍ରଣାଧୀନ ହେବ । ବହୁ ଶୁଭଫଳ ଆଶା କରାଯାଏ । କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ମକର – ହୃଦୟରେ ଭକ୍ତିଭାବ ଜାଗ୍ରତ ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ଅର୍ଥ ମିଳିବ । କୁମ୍ଭ - ଧନକ୍ଷୟ ହେବାର ସୂଚନା ମିଳୁଛି । ସ୍ୱଭିମାନୀ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଧର୍ମାସକ୍ତ ହେବେ । ମୀନ - ଚଲାପଥ କୁସୁମିତ ହେବ । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.