୧୮ ସେପ୍ଟେମ୍ବର, ମଙ୍ଗଳବାର

Published By : Prameya-News7 Bureau | September 18, 2018 IST

ମେଷ – ଯୋଜନାରେ ପରିବର୍ତ୍ତନ କରିପାରନ୍ତି । ଅତ୍ୟଧିକ ପରିଶ୍ରମ କରି ଶାରିରୀକ କ୍ଲେଶ ଅନୁଭବ କରିପାରନ୍ତି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାରର ପରାମର୍ଶ ନେବେ । ବୃଷ – ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ । ଉଚ୍ଚ ଆଶା ଫଳବତୀ ହେବ । କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଅଧିକ ଲାଭବାନ ହେବେ । ନୂଆ ଯୋଜନା ପ୍ରସ୍ତୁତ କରିବେ । ମିଥୁନ - ସତ୍ସଙ୍ଗୀ ହେବେ । ପ୍ରୀତି ଲାଭ କରିପାରନ୍ତି । ବ୍ୟବସାୟରେ ସଫଳତା ମିଳିବ । ଧାର୍ମିକ ଅନୁଷ୍ଠାନର ନେତୃତ୍ୱ ନେଇ ଆନନ୍ଦ ଅନୁଭବ କରିବେ । କେତେକ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । କର୍କଟ – ଦେବ ଦର୍ଶନ କରି ଆଶ୍ୱସ୍ତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ । ସିଂହ - ଦାୟିତ୍ୱରେ ପରିବର୍ତ୍ତନ ଘଟିବ । କୃଷିକର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଗୃହର ପରିବେଶ ସ୍ୱାସ୍ଥ୍ୟ ରକ୍ଷାକାରକ ହେବ । ଯାନବାହନ ସୁଖ ମିଳିପାରେ । କନ୍ୟା – ପାରିବାରିକ ଆନନ୍ଦ ଅନୁଭବ କରିବେ । ଲକ୍ଷ୍ୟ ହାସଲ କରିବାକୁ ହେଲେ କଷ୍ଟ ସହିବାକୁ ପଡିବ । ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । ଶ୍ରେଷ୍ଠ ପଦପଦବୀ ମିଳିପାରେ । ତୁଳା – ପ୍ରତିଦ୍ୱନ୍ଦିତାରେ ସଫଳତା ମିଳିବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢିତୋଳିବ । ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି । ବିଛା – ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଖୁସି ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । କର୍ମରେ ଉତ୍ସାହ ବୃଦ୍ଧି ପାଇବ । ଧନୁ – ମାର୍ଗ କ୍ଲେଶକର ହୋଇପାରେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କାର୍ଯ୍ୟ ପ୍ରାପ୍ତି ବିଳମ୍ବିତ ହୋଇପାରେ । ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ମକର – କାର୍ଯ୍ୟ ଶୃଙ୍ଖଳିତ ହେବ । ମନପ୍ରସନ୍ନ ରହିବ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ଶାନ୍ତି ସନ୍ତୋଷ ଲାଭ କରିବେ । ଉନ୍ନତିମାର୍ଗରେ ଗତି କରିପାରନ୍ତି । କୁମ୍ଭ - ସୁଖ-ସମ୍ମାନ ଲାଭ କରିପାରନ୍ତି । ମନୋବଳ ଦୃଢ଼ ରହିବ । ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ । ଆତ୍ମୀୟମାନଙ୍କ ସହିତ ଭ୍ରମଣ ଯୋଗ ମିଳିବ । ମୀନ - ଚିନ୍ତାଧାରା ଉନ୍ନତମାନର ହେବ । ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଳାସ-ବ୍ୟସନ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.