ମେ’ ୬ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 06, 2020 IST

ମେଷ – ଆଜି ଆପଣଙ୍କ ଶୁଭଯାତ୍ରା ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରେ । କ୍ରୋଧ ସମ୍ବରଣ କଲେ ବହୁ ଶୁଭଫଳ ପ୍ରାପ୍ତି ହେବ । ବଦଖର୍ଚ୍ଚୀ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ବୃଷ – ଚଞ୍ଚଳମନା ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରେ ପ୍ରଚୁର ଧନ ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମିଥୁନ – ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ଶ୍ରେୟ ମଣି ପାରନ୍ତି । ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ପ୍ରେମୀ ଓ ବୁଦ୍ଧିମାନ ଏବଂ କୃଷିକର୍ମକାରୀ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

କର୍କଟ – ସୁଖ ସନ୍ତୋଷ ଲାଭ କରିପାରନ୍ତି । ମନ ପ୍ରସନ୍ନ ରହିବ । ଧର୍ମପରାୟଣ ହେବେ । ଅମାୟିକ ବ୍ୟବହାର ଓ ମଧୁରଭାଷୀ ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ସିଂହ – ଶ୍ରମ ସାର୍ଥକ ହେବ । ପରମ ଭାଗ୍ୟଶାଳୀ, ମଧୁରଭାଷୀ, ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହେବେ । ସହନଶୀଳ ହୋଇପାରନ୍ତି । ମିତ୍ରମାନଙ୍କ ସାନ୍ନିଧ୍ୟ ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କନ୍ୟା – ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟର ମାର୍ଗ ଉନ୍‌-ମୁକ୍ତ ରହିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ତୁଳା – ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ । ଆଖିରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେଇ ପାରେ । କଥନଶୈଳୀରେ ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ବିଛା – ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ,ଚଞ୍ଚଳମନା ଓ ସରକାରୀ ସ୍ତରରୁ ଧନ ପ୍ରାପ୍ତି ସହ ସମ୍ମାନିତ ହେବେ । ସନ୍ତାନମାନେ ଗୁଣୀ ହେଇପାରିବେ । ରାଜଯୋଗ ଭୋଗ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ଧନୁ – କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳ ଉଦ୍ଧାରକ ଓ ଦୟାଳୁ ସ୍ୱଭାବର ହେବେ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିବେ । ପରିବାର ପ୍ରତି ସ୍ନେହ ଭାବ ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

ମକର – ଆଳସ୍ୟ ପରାୟଣ ହୋଇପାରନ୍ତି । ଭାଗ୍ୟଶାଳୀ ଓ ବହୁ ସୁଖର ଅଧିକାରୀ ହେବେ । ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

କୁମ୍ଭ – ପ୍ରତିହିଂସାପରାୟଣ ହୋଇପାରନ୍ତି । ଯେସାକୁ ତେସା ନୀତି ପ୍ରୟୋଗ କରିବାକୁ ବାଧ୍ୟ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ସହ-ଯୋଗୀ ବ୍ୟବସାୟ ଲାଭଜନକ ହେବ । ମନ ପ୍ରଫୁଲ୍ଲ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ମୀନ – ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ବ୍ୟବସାୟରେ ଲାଭବାନ୍ ଏବଂ ନିଜ କାମ ପାଇଁ ଗର୍ବିତ ହେବେ । ସମାଜ ସେବାରେ ନିଜକୁ ନିୟୋଜିତ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.