ମେ’ ୩ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 03, 2020 IST

ମେଷ – ଆଜିର ଗ୍ରହସ୍ଥିତି ବହୁତ ଭଲ ରହିଥିବାରୁ ଆପଣଙ୍କ ମନ ଯେମିତି କାମଗୁଡିକ ମଧ୍ୟ ସେହିପରି ସରସ,ସୁନ୍ଦର ରହିବ । ମୁଖ ଭାବରେ ଶୁକ୍ର ଥିବାରୁ ମନ ଭୁଲାଣିଆ କଥା କହି ଅନ୍ୟମାନଙ୍କୁ ସହଜରେ ଆପଣାର କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।

ବୃଷ – ଶୁକ୍ରଙ୍କ ପ୍ରଭାବରେ ଦେହ ଓ ମନ ପ୍ରାୟତଃ ଭଲ ରହିବ, କିନ୍ତୁ ବ୍ୟସ୍ତ ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ଦେଖିବେ ସବୁ ଠିକ୍ ହୋଇଯିବ । ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ, କିନ୍ତୁ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମିଥୁନ – ଚନ୍ଦ୍ରଙ୍କ ଶୁଭତ୍ୱରୁ ମନ ଧରିବା ଭଳି କାମ କଲେ ମଧ୍ୟ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ଆଦୌ ବଦଳିବେ ନାହିଁ । ଏଣେ କର୍ମକ୍ଷେତ୍ରରେ ମଧ୍ୟ କେତେକ ସମାନ୍ୟ ଭୁଲ୍ ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କର୍କଟ – ଚନ୍ଦ୍ର ପ୍ରଭାବରେ ଦୈହିକ ସୁସ୍ଥତା ସଙ୍ଗକୁ ମାନିକ ସ୍ଥିରତା ଆପଣଙ୍କ କାର୍ଯ୍ୟସାଧନା ପାଇଁ ହିତକର ହେବ । କିନ୍ତୁ ପୁଷ୍ୟା ନକ୍ଷତ୍ର ସକାଶେ ଅନ୍ୟମନସ୍କ କିମ୍ବା ଅସାବଧନାତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ସିଂହ – ଭାଗ୍ୟ ଏବଂ କର୍ମସ୍ଥ ଗ୍ରହ ଆପଣଙ୍କୁ ପଦସ୍ଥବ୍ୟକ୍ତିଙ୍କ ସାହାର୍ଯ୍ୟ ଲାଭ କରାଇ ଚେଷ୍ଟା ସଫଳ ଦିଗରେ ଅନୁପ୍ରେରିତ କରିପାରନ୍ତି । ଆଜି ଯାହା କରନ୍ତୁନା କାହିଁକି କୌଣସି କାମ ନ ଅଟକି ସୁବିଧାରେ ସମ୍ପନ୍ନ ହୋଇପାରିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

କନ୍ୟା – ଆଜି ଯେଉଁ କାମରେ ହାତ ଦେବେ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ ସେଥିରୁ ଓହରିବେ ନାହିଁ । ଆପଣଙ୍କର ଅଭାବନୀୟ ପରିସ୍ଥିତିକୁ ହୃଦୟଙ୍ଗମ କରି ସମ୍ପର୍କୀୟ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୫ ।

ତୁଳା – ଚନ୍ଦ୍ରଙ୍କ ପ୍ରତି ପାପଗ୍ରହମାନଙ୍କ ଦୃଷ୍ଟି ଜନିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ସତ୍ୟତା ନ ଥାଇ କୌଣସି ଗୁଣା କଥାକୁ ବିଶ୍ୱାସ କଲେ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ବିଛା – ବୃହସ୍ପତିଙ୍କ ଦୁର୍ବଳତା ଓ ଶନି ସଂଯୋଗ କାରଣରୁ ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବହୁତ ଭଲ ରହିବ । ଅଯଥା କ୍ରୋଧ ପ୍ରକାଶ କରି ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କଲା ଭଳି କିଛି କାମ କରିବା ଠିକ୍ ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ଧନୁ – ପାପଗ୍ରହ ପ୍ରଭାବରେ ପରାରିବାରିକ ପରିସ୍ଥିତି ଆପଣଙ୍କ ଘଟଣାଙ୍କୁ ଅସ୍ୱାଭାବିକ ଭାବେ ଚିନ୍ତା କରିବାକୁ ବାଧ୍ୟ କରିବ । ହିତାଶତ୍ରୁମାନଙ୍କର ପ୍ରାଦୁର୍ଭାବ ଓ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

ମକର – ଶୁକ୍ର ଓ ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଉନ୍ନତମାନର ରହିବ । ମାତ୍ର କର୍ମଜଞ୍ଜାଳ ବୃଦ୍ଧି କାରଣରୁ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

କୁମ୍ଭ – ପରିସ୍ଥିତି ଓ ପରିବେଶ ଆଜି ପାଇଁ ବହୁତ ଭଲ ରହିବ । ଅର୍ଥ, ନୂତନ ଯୋଜନା, କଲ୍ୟାଣମୂଳକ କାର୍ଯ୍ୟ ଦିଗରେ ଜଣେ ଦୂରାଗତ ବନ୍ଧୁ ସାହାର୍ଯ୍ୟ କରିବେ । ଭୁଲ୍ ବୁଝାମଣାକୁ ଦୂରେଇ ଦେଲେ ଉପକୃତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ମୀନ – ଭାଗ୍ୟସ୍ଥାନକୁ ଶୁକ୍ରଙ୍କ ଦୃଷ୍ଟି ଓ କୋଣଭାବରେ ଚନ୍ଦ୍ର ଯୋଗୁ ଆଜି ଯାହା କରିବେ ଆପଣଙ୍କ ଚେଷ୍ଟା ନିଷ୍ଫଳ ହେବ ନାହିଁ । ସାମୟିକଭାବରେ ମନରେ ଅସ୍ଥିରତା ସୃଷ୍ଟି ହେଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ କାମ କରିବାକୁ ପ୍ରସ୍ତୁତ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.