ମେ’ ୧ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 01, 2020 IST

ମେଷ – ପରିଶ୍ରମ ଅତ୍ୟଧିକ ହେଲେ ବି, ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କିଛିଟା ସୁଖ ପାଇ ପାରନ୍ତି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ବୃଷ – ଉନ୍ନତିମୂଳକ କାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ । ଭଗବତ ଚିନ୍ତାରେ ନିମଗ୍ନ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ମିଥୁନ – ବିଷାଦିତ ହୋଇପାରନ୍ତି । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ବେପାର ବାଣିଜ୍ୟରେ ଅଧିକ ଲାଭ ହେବ । ଜନପ୍ରିୟ ହୋଇପାରନ୍ତି । ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ । ସରକାରୀ ଧନ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କର୍କଟ – ବିକାଶ ମୂଳକ କାର୍ଯ୍ୟ ପାଇଁ ମାର୍ଗ ରହିଛି । ଆୟ ପରିମାଣ ବୃଦ୍ଧି ପାଇବ । ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ସିଂହ – ମନରେ ଅହଂଭାବ ଦେଖାଦେଇପାରେ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିବା ସବୁଠୁଁ ଭଲ । ଶୁଭ କାର୍ଯ୍ୟ ବର୍ଜନୀୟ, ବନ୍ଧୁମାନଙ୍କ ବିରୋଧରେ ସମ୍ମୁଖୀନ ହେଲେ ବି,ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

କନ୍ୟା – ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନର ଅଧିକାରୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ତୁଳା – ନିଜ ବୁଦ୍ଧି ବଳରେ କାର୍ଯ୍ୟ କରି ସଫଳତା ପାଇବେ । ଉଚ୍ଚଆଶା ଫଳବତୀ ହେବ । ଶୁଭ ଖବର ପାଇ ଖୁସି ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ବିଛା – କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ କ୍ଷମତାର ସଦ୍‌-ବ୍ୟବହାର କରି ସୁନାମ ଅର୍ଜନ କରିବେ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ । ଭକ୍ତିଗାଥା ଶୁଣିବା ପାଇଁ ଇଚ୍ଛା କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

ଧନୁ – ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ପ୍ରତେକ କ୍ଷେତ୍ରରେ ସତର୍କ ରହିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ମକର – ସଦ୍‌-ଗୁରୁଙ୍କ ଆଶୀର୍ବାଦ ପାଇ ନିର୍ଭୀକ ହେବେ । ସୁଖକର ଘଟଣାମାନ ଘଟିପାରେ । କର୍ମରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କୁମ୍ଭ – ସୁଭାଷୀ ଓ ସୁବିଦ୍ୟାଯୁକ୍ତ ଏବଂ ସୁସମ୍ବାଦ ପାଇ ଖୁସି ହେବେ । ଶତ୍ରୁ ଆପଣାଛାଏଁ ଅପସରି ଯିବ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଋଣ ପରିଶୋଧ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମୀନ – ପଢାପଢିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହେବେ । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.